ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାରିତ କରିଥିବା କୃଷି ବିଲ୍ ଆଇନରେ ପରିଣତ ହେବା ପରେ ବି ଏହା ବିରୋଧରେ ପ୍ରତିବାଦ ଜାରି ରହିଛି । ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ ନୂତନ କୃଷି ଆଇନ କୃଷକମାନଙ୍କ ପାଇଁ ମୃତ୍ୟୁର ଆଦେଶ ଅଟେ।
କୃଷି ବିଲ୍ ଚାଷୀଙ୍କ ପାଇଁ ମୃତ୍ୟୁର ଆଦେଶ: ରାହୁଲ ଗାନ୍ଧୀ - modi government
କେନ୍ଦ୍ର ସରକାର ପାରିତ କରିଥିବା କୃଷି ବିଲ୍ ଆଇନରେ ପରିଣତ ହେବା ପରେ ବି ଏହା ବିରୋଧରେ ପ୍ରତିବାଦ ଜାରି ରହିଛି । ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ବିରୋଧ ପ୍ରଦର୍ଶନ କରାଯାଉଛି।
ଏହାସହ ରାଜ୍ୟସଭାରେ ବିରୋଧୀଙ୍କ କଥା ନ ଶୁଣି କୃଷି ବିଲ୍ ପାରିତ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି କିନ୍ତୁ ସେମାନଙ୍କ ସ୍ବରକୁ ବନ୍ଦ କରିଦିଆଯାଉଛି, ଏହା ହିଁ ମୃତ ଗଣତନ୍ତ୍ରର ଉଦାହରଣ ।
ପ୍ରକାଶଥାଉକି, ରାହୁଲ ଗାନ୍ଧୀ ଏକ ଇଂରାଜୀ ଖବରକାଗଜରେ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ବିରୋଧି ବାରମ୍ବାର ପ୍ରଦର୍ଶନ କରୁଥିଲେ ବି ଉପବାଚସ୍ପତି ହରିବଂଶ ବିନା ମତ ବିଭାଜନରେ ବିଲ୍ ପାସ୍ କଲେ । କଂଗ୍ରେସ କ୍ରମାଗତ ଭାବରେ ଉପବାଚସ୍ପତିଙ୍କୁ ବିରୋଧ କରିଆସୁଛି । ଏପରିକି ଅବିଶ୍ବାସ ପ୍ରସ୍ତାବ ମଧ୍ୟ ଅଣାଯାଇଥିଲା । ତେବେ କୃଷି ବିଲକୁ ନେଇ ସୋମବାର ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଏବଂ କର୍ଣ୍ଣାଟକର କୃଷକ ବିରୋଧ କରୁଛନ୍ତି ।