ଓଡିଶା

odisha

ETV Bharat / bharat

ଶପଥ ନେଲେ ରାହୁଲ ଗାନ୍ଧୀ, ସାଧ୍ବୀଙ୍କ ଶପଥ ସମୟରେ ହଙ୍ଗାମା - sadhwi pragyan

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୱାଇନାଡର ନବ ନିର୍ବାଚିତ ସାଂସଦ ଭାବରେ ଶପଥ ଗ୍ରହଣ ନେଇଛନ୍ତି । ଭୋପାଳର ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ତାଙ୍କ ଶପଥ ଗ୍ରହଣ ସମୟରେ ବିରୋଧୀ ହଙ୍ଗାମା କରିଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Jun 17, 2019, 5:27 PM IST

ନୂଆଦିଲ୍ଲୀ: 17ତମ ଲୋକସଭାର ପ୍ରଥମ ବଜେଟ୍‌ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ତେବେ ଅଧିବେଶନର ପ୍ରଥମ ଦିନରେ ହିଁ ବିଳମ୍ବରେ ଲୋକସଭା ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଦିନ 4 ଟା ବେଳେ ଲୋକସଭା ପହଞ୍ଚି ୱାଇନାଡର ନବ ନିର୍ବାଚିତ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ରାହୁଲଙ୍କ ଶପଥ ଗ୍ରହଣ ବେଳେ ତାଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ଲୋକସଭାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ନବ ନିର୍ବାଚିତ ସାଂସଦ ଲୋକସଭା ସଦସ୍ୟତାର ଶପଥ ଗ୍ରହଣ କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଅନୁପସ୍ଥିତ ଥିଲେ । ତେବେ ରାହୁଲଙ୍କ ଅନୁପସ୍ଥିତି ନେଇ ବିଜେପି ପ୍ରଶ୍ନ ଉଠାଇଥିଲା ।

ସେପଟେ ଭୋପାଲର ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ତାଙ୍କ ଶପଥ ଗ୍ରହଣ ସମୟରେ ବିରୋଧୀ ହଙ୍ଗାମା କରିଥିବା ଜଣା ପଡିଛି । ସେ ନିଜ ନାମ ସହ ନିଜ ବାପାଙ୍କ ନାମ ମଧ୍ୟ ସାମିଲ କରିଥିଲେ ଯାହାକୁ ନେଇ ବିରୋଧୀ ସଦସ୍ୟ ହଙ୍ଗାମା କରିଥିଲେ ।

For All Latest Updates

ABOUT THE AUTHOR

...view details