ଓଡିଶା

odisha

By

Published : Sep 10, 2020, 12:15 PM IST

Updated : Sep 10, 2020, 12:29 PM IST

ETV Bharat / bharat

ଉଡିବ ଶତ୍ରୁଙ୍କ ହୋସ୍, ବାୟୁସେନାରେ ସାମିଲ ହେଲା ଲଢୁଆ ରାଫେଲ

ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ବାୟୁସେନାକୁ ପାୱାରଫୁଲ କରିବାକୁ ସାମିଲ ହୋଇଛି ରାଫେଲ । ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲକୁ ଔପଚାରିକ ଭାବେ ବାୟୁସେନାରେ ସାମିଲ କରାଯାଇଛି ।

ଉଡିବ ଶତ୍ରୁଙ୍କ ହୋସ୍, ବାୟୁସେନାରେ ସାମିଲ ହେଲା ଲଢୁଆ ରାଫେଲ
ଉଡିବ ଶତ୍ରୁଙ୍କ ହୋସ୍, ବାୟୁସେନାରେ ସାମିଲ ହେଲା ଲଢୁଆ ରାଫେଲ

ନୂଆଦିଲ୍ଲୀ: ଉଡିବ ଶତ୍ରୁ ଦେଶର ହୋସ୍ । କାରଣ ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ଭାରତରେ ଏଣିକି ଆରମ୍ଭ ହେଲା ରାଫେଲ ଯୁଗ । ସେନାକୁ ଶକ୍ତିଶାଳୀ କରିବାକୁ ବାୟୁସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । 5ଟି ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠନିକ ଭାବେ ସାମିଲ କରାଯାଇଛି ।

ଉଡିବ ଶତ୍ରୁଙ୍କ ହୋସ୍, ବାୟୁସେନାରେ ସାମିଲ ହେଲା ଲଢୁଆ ରାଫେଲ

ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ବାୟୁସେନାକୁ ପାୱାରଫୁଲ କରିବାକୁ ସାମିଲ ହୋଇଛି ରାଫେଲ । ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲକୁ ଔପଚାରିକ ଭାବେ ବାୟୁସେନାରେ ସାମିଲ କରାଯାଇଛି । ଏହା ପୂର୍ବରୁ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ଯେଉଁଥିରେ ସେନାରେ ସାମିଲ ହେବା ପୂର୍ବରୁ ରାଫେଲକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି । ଏହାସହ ଏଥିରେ ସିଡିଏସ ବିପିନ ରାୱତ ଓ ବାୟୁ ସେନା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଏୟାର ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲା ରାଫେଲ ।

ଗୋଟେପଟେ ସୀମାରେ ପଡୋଶୀ ଦେଶ ସହ ଭାରତର ତିକ୍ତତା ଲାଗି ରହିଛି । ଆଉ ଏପରି ସମୟରେ ବାୟୁସେନାରେ ଲଢୁଆ ବିମାନ ରାଫେଲ ବାୟୁସେନାରେ ସାମିଲ ହେବା ନିହାତି ଶତ୍ରୁ ରାଷ୍ଟ୍ରର ହୋସ୍ ଉଡାଇବ ।

ତେବେ ଜାଣନ୍ତୁ ଲଢୁଆ ବିମାନ ରାଫେଲ ସମ୍ପର୍କରେ...

ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ 55 ହଜାର ଫୁଟ୍ ଉପରୁ ଶତ୍ରୁକୁ ଆକ୍ରମଣ କରିବାର ଶକ୍ତି ରହିଛି ।

ଖାଲି ସେତିକି ନୁହେଁ ଏଥିରେ 16 ଟନ୍ ବୋମା ଓ ମିଶାଇଲ ନିଆଯାଇପାରେ ।

ଶତ୍ରୁ ସାବଧାନ! ଏହା ନଜରରୁ ବଞ୍ଚିବା କଷ୍ଟସାଧ୍ୟ ହେବ ।

ରାଫେଲ ଘଣ୍ଟା ପ୍ରତି 2200 କିଲୋମିଟର ଯାଇପାରେ ।

ଏଥିରେ 3 ପ୍ରକାରର ଘାତକ ମିଶାଇଲ ଖଞ୍ଜା ଯାଇଛି ।

ରାଫେଲରେ ଲାଗିଥିବା କ୍ୟାମେରାର ଓଜନ 1000 କିଲୋଗ୍ରାମ ଅଟେ ।

ପରମାଣୁ ଆକ୍ରମଣ କରିବା ପାଇଁ ମଧ୍ୟ ରାଫେଲ ସକ୍ଷମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2020, 12:29 PM IST

ABOUT THE AUTHOR

...view details