ଲକ୍ଷ୍ନୌ: ପ୍ରଥମଥର ପାଇଁ ଅନ୍ତେବାସୀଙ୍କ ପାଇଁ ଜେଲରେ ରେଡିଓ ସେବା। ତେବେ ଏ ଦୃଶ୍ୟ ହେଉଛି ଉତ୍ତରପ୍ରଦେଶ ହମିରପୁର ଜିଲ୍ଲା ମୁଖ୍ୟ କାରାଗାରର । ଅନ୍ତେବାସୀଙ୍କ ଲାଗି ସକାଳେ ରେଡିଓରେ ବାଜୁଛି ଭଜନ। ସେହିପରି ସନ୍ଧ୍ୟାରେ କଏଦୀଙ୍କ ମନପସନ୍ଦ ଗୀତ ଓ ଖବର ପ୍ରସାରଣ କରାଯାଉଛି।
ଅନ୍ତେବାସୀଙ୍କ ପାଇଁ ରେଡିଓ ସେବା, ମାନସିକ ଶାନ୍ତି ପାଇଁ ମନପସନ୍ଦ ଗୀତ
ଅନ୍ତେବାସୀଙ୍କ ଲାଗି ସକାଳେ ରେଡିଓରେ ବାଜୁଛି ଭଜନ। ସନ୍ଧ୍ୟାରେ କଏଦୀଙ୍କ ମନପସନ୍ଦ ଗୀତ ଓ ଖବର ପ୍ରସାରଣ। ଏ ଦୃଶ୍ୟ ହେଉଛି ଉତ୍ତରପ୍ରଦେଶ ହମିରପୁର ଜିଲ୍ଲା ମୁଖ୍ୟ କାରାଗାରର।
ଅନ୍ତେବାସୀଙ୍କ ପାଇଁ ରେଡିଓ ସେବା, ମାନସିକ ଶାନ୍ତି ପାଇଁ ମନପସନ୍ଦ ଗୀତ
ସୂଚନା ଅନୁସାରେ, ବିଭିନ୍ନ ଅପରାଧରେ ସଜ୍ଜା କାଟୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଏକ ସକରାତ୍ମକ ମନୋଭାବ ଆଣିବା ପାଇଁ ଜେଲରେ ଏହି ରେଡିଓ ସେବା କରାଯାଇଛି। ଜେଲ କର୍ତ୍ତୃପକ୍ଷଙ୍କ କହିବାଅନୁସାରେ, ସକରାତ୍ମକ ମନୋଭାବ ଓ ଅନ୍ତେବାସୀଙ୍କୁ ମାନସିକ ଶାନ୍ତି ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଯାହାଦ୍ବାରା ସେମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣା ବିଷୟରେ ଖବର ମିଳିପାରିବ।