ଓଡିଶା

odisha

By

Published : Apr 21, 2019, 2:37 AM IST

ETV Bharat / bharat

ଲାଲୁଙ୍କୁ ବିଷ ଦେଇ ମାରିବାକୁ ଚକ୍ରାନ୍ତ: ରାବିଡି

ଶନିବାର ରାବିଡି ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ରାହୁଲଙ୍କୁ ମାରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିବା ଆରୋପ ଲଗାଇଛନ୍ତି ।

ଫାଇଲ ଫଟୋ

ରାଞ୍ଚି: ଗୋଖାଦ୍ୟ ଓ ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁଙ୍କୁ ନେଇ ପତ୍ନୀ ରାବିଡି ଦେବୀଙ୍କ ବଡ ଅଭିଯୋଗ । ଲାଲୁ ପ୍ରସାଦ ଯାଦବଙ୍କୁ ଏବେ ଅସୁସ୍ଥତା କାରଣରୁ ରିମ୍ସରେ ଚିକିତ୍ସା କରାଯାଉଛି । ମାତ୍ର ତାଙ୍କ ସହ ଦେଖା କରିବାକୁ ପରିବାର ଲୋକଙ୍କୁ ଦିଆଯାଉ ନଥିବାରୁ ଲାଲୁଙ୍କୁ ମାରିବା ପାଇଁ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଥିବା ଆରୋପ ଲଗାଇଛନ୍ତି ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ।

ଶନିବାର ରିମ୍ସ ମେଡିକାଲରେ ଚିକିତ୍ସା ଚାଲିଥିବା ପିତା ଲାଲୁ ଯାଦବଙ୍କୁ ଭେଟିବାକୁ ସାନପୁଅ ତେଜସ୍ବୀ ଯାଦବ ଯାଇଥିଲେ । ଏହାକୁ ନେଇ ରାବିଡି ଶନିବାର ଏକ ଭିଡିଓ ଜାରି କରି କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଆରୋପ ଲଗାଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଲାଲୁଙ୍କୁ ଚିକିତ୍ସା ଦେବା ବାହାନାରେ କେନ୍ଦ୍ର ସରକାର ବିଷ ଦେଇ ଲାଲୁଙ୍କୁ ମାରିବାକୁ ଚାହୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଡିକାଲରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏହାସହ ସପ୍ତାହକୁ 3ଦିନ ଦେଖା କରିବାକୁ ଅନୁମତି ଥିଲେ ମଧ୍ୟ ଲାଲୁଙ୍କ ସହ ଭେଟ କରିବାକୁ ଦିଆଯାଉ ନାହିଁ ।

For All Latest Updates

ABOUT THE AUTHOR

...view details