ଓଡିଶା

odisha

ETV Bharat / bharat

ତାମିଲନାଡୁର ନିଆରା ପର୍ବ ଠେକୁଆ ଧରା ଉତ୍ସବ - ତାମିଲନାଡୁ ରାଜ୍ୟ

ତାମିଲନାଡୁର ଧର୍ମପୁରୀ ଜିଲ୍ଲାର କୁଡିମିଆମପଟ୍ଟି ଗାଁର ହରରୁ ବ୍ଲକରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ଏଠାରେ ପୋଙ୍ଗଲ ପରଦିନ ପାଳନ ହୁଏ ଠେକୁଆ ଉତ୍ସବ। ଜାଣନ୍ତୁ ପୁରା ଖବର...

ତାମିଲନାଡୁର ନିଆରା ପର୍ବ ଠେକୁଆ ଧରା ଉତ୍ସବ
ତାମିଲନାଡୁର ନିଆରା ପର୍ବ ଠେକୁଆ ଧରା ଉତ୍ସବ

By

Published : Jan 19, 2020, 7:29 PM IST

ଚେନ୍ନାଇ: ତାମିଲନାଡୁ ରାଜ୍ୟର କୁଡିମିଆମପଟ୍ଟି ଏକ ଛୋଟ ଗାଁ । ଯେଉଁଠାରେ ଦେଖିବାକୁ ମିଳେ ଏକ ଭିନ୍ନ ପରମ୍ପରା। ଏହି ଦାକ୍ଷିଣାତ୍ୟ ରାଜ୍ୟରେ ପୋଙ୍ଗଲ ଏକ ମୁଖ୍ୟ ପର୍ବ। ଏହାକୁ ଧୂମଧାମରେ ପାଳିଥାନ୍ତି ଏଠାକାର ଲୋକେ। ମାତ୍ର ତାମିଲନାଡୁର ଧର୍ମପୁରୀ ଜିଲ୍ଲାର କୁଡିମିଆମପଟ୍ଟି ଗାଁର ହରରୁ ବ୍ଲକରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଏଠାରେ ପୋଙ୍ଗଲ ପରଦିନ ପାଳନ ହୁଏ ଠେକୁଆ ଉତ୍ସବ।

ଏହି ଉତ୍ସବ ପ୍ରତି ବର୍ଷ ପାଳନ କରାଯାଏ । ପ୍ରଥମେ ଗାଁର ଯୁବକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସଭିଁଏ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି । ପରେ ଜଙ୍ଗଲ ଭିତରକୁ ଯାଇ ଠେକୁଆ ଧରିବା ପ୍ରତିଯୋଗୀତା କରିଥାନ୍ତି। ଏହି ଠେକୁଆ ଉତ୍ସବ ବଡ ଧୁମାଧାମରେ ପାଳିତ ହୋଇଥାଏ।

ତାମିଲନାଡୁର ନିଆରା ପର୍ବ ଠେକୁଆ ଧରା ଉତ୍ସବ

ପରେ ଠେକୁଆକୁ ଜଙ୍ଗଲରୁ ଧରିବା ପରେ ଶୋଭାଯାତ୍ରା କରି ଗାଁରେ ଥିବା ସବୁଠୁ ବୁଢା ବରଗଛ ନିକଟରେ ପୂଜାର୍ଚ୍ଚନା କରାଯାଏ । ଏହାପରେ ସେହି ଠେକୁଆକୁ ଘଞ୍ଚ ଜଙ୍ଗଲ ଭିତରେ ଛାଡି ଦିଆଯାଏ। ଏହାପରେ ପୁଣିଥରେ ଆରମ୍ଭ ହୋଇଥାଏ ଠେକୁଆ ଧରା ଅଭିଯାନ। ଏହି ଉତ୍ସବରେ ଅନେକ ଲୋକ ସାମିଲ ହୋଇଥାନ୍ତି।

ABOUT THE AUTHOR

...view details