ବେଙ୍ଗାଲୁରୁ: ସୁରକ୍ଷା ଦୃଷ୍ଟିରୁ ବିଦେଶ ଯାତ୍ରା କରିଥିବା କିମ୍ବା କୋରୋନା ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଏ । କିନ୍ତୁ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । କ୍ବାରେଣ୍ଟାଇନରେ ରହୁଥିବା ଜଣେ ବ୍ୟକ୍ତି ବେଙ୍ଗାଲୁରୁ ସିଟିରେ ବୁଲୁଥିବା ଦେଖିବାକୁ ମିଳିଛି ।
ତାଙ୍କ ହାତରେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ପାଇଁ ସିଲ ଲାଗିଛି । କିନ୍ତୁ ସେ ନିର୍ଭୟରେ ସହର ସାରା ଏଣେତେଣେ ବୁଲୁଛନ୍ତି । ଦୁବାଇରୁ ଫେରିବା ପରେ ତାଙ୍କୁ ପ୍ରଥମେ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ଉପରପେଟ ପୋଲିସ ଷ୍ଟେସନ ନିକଟରେ ବୁଲୁଥିବା ଦେଖାଯାଇଛି ।