ଚଣ୍ଡୀଗଡ:କୋରୋନା ମହାମାରୀ ମଧ୍ୟରେ ପଞ୍ଜାବ କ୍ବାରେଣ୍ଟାଇନ ନିୟମରେ ଏକ ବଡ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅନୁଯାୟୀ, ଯେଉଁ ଲୋକ 72ଘଣ୍ଟାରୁ କମ ସମୟ ପାଇଁ ପଞ୍ଜାବ ଆସୁଛନ୍ତି ସେମାନଙ୍କୁ ହୋମ କ୍ବାରେଣ୍ଟିନରେ ରହିବା ଆବଶ୍ୟକ ନାହିଁ । ଏଥିସହ ସେମାନଙ୍କୁ କେବଳ କୋରୋନା ଆପରେ ଫର୍ମାଲ ଅଣ୍ଡରଟେକିଙ୍ଗ ପ୍ରୋସେସ ପୂରଣ କରିବାକୁ ପଡିବ । ଯାହାକୁ ସେମାନେ ନିଜ ଫୋନରେ ଡାଉନଲୋଡ କରିବେ ।
ଏହି ନିୟମ ପରୀକ୍ଷା ଦେବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଏବଂ ବେପାରୀ ପରିପ୍ରେକ୍ଷୀରେ ଆସୁଥିବା ଲୋକଙ୍କୁ ସୁବିଧା ଦେବାପାଇଁ କରାଯାଇଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସେ ଏପରି ଯାତ୍ରୀଙ୍କୁ 14 ଦିନ ଘରେ କ୍ବେରେଣ୍ଟାଇନ ନରଖିବାକୁ ନିଷ୍ପତ୍ତି ନେଇଛନ୍ତି ।