ଓଡିଶା

odisha

ETV Bharat / bharat

6 ହଜାର କଏଦୀଙ୍କୁ ପାରୋଲରେ ପଠାଇବେ ପଞ୍ଜାବ ସରକାର

ପାରୋଲରେ ଯିବେ 6000 କଏଦୀ । ପଞ୍ଜାବ ସରକାର ନେଇଛନ୍ତି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି । କୋରୋନା ବ୍ୟାପିବା ଭୟରେ ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି ଜେଲ ମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Mar 26, 2020, 8:54 PM IST

PUNJAB TO RELEASE 6000 PRISONERS
PUNJAB TO RELEASE 6000 PRISONERS

ଚଣ୍ଡୀଗଡ଼: ରାଜ୍ୟରେ କୋରୋନା ମୁକାବିଲା କରିବାକୁ ଯାଇ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତି । ପଞ୍ଜାବର ବିଭିନ୍ନ ଜେଲରେ ଥିବା 6000 କଏଦୀଙ୍କୁ ପାରୋଲରେ ଘରକୁ ପଠାଇବେ ରାଜ୍ୟ ସରକାର । ଜେଲ ମନ୍ତ୍ରୀ ସୁଖଜୀନ୍ଦର ସିଂ ରଂଧାବାଙ୍କ ଏହି ଘୋଷଣା ବିଷୟରେ ସୂଚନା ଦେଇଥିଲେ ।

ମନ୍ତ୍ରୀ ଏହି ବିଷୟରେ ବିସ୍ତୃତ ସୂଚନା ଦେବାକୁ ଯାଇ କହିଛନ୍ତି, ଭାରତର ସର୍ବୋଚ୍ଚ ଅଦାଲତଙ୍କ ପ୍ରମୁଖ ସିଚିବ, ଏଡ଼ିଜିପି, ଜେଲର ସଦସ୍ୟଙ୍କ ସହିତ ପଞ୍ଜାବ ଆଇନ ପ୍ରାଧିକରଣ ବୋର୍ଡର ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହାକୁ ନେଇ ଏକ ଉଚ୍ଚାଧିକାର କମିଟି ଗଠନ କରାଯାଇଥିଲା । କମିଟି ବିସ୍ତୃତ ଆଲୋଚନା ଏବଂ ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି, ଏହାକୁ ଆଲୋଚନା ପର୍ଯ୍ୟାଲୋଚନା କରି କଏଦୀ ମାନଙ୍କୁ ପାରୋଲରେ ପଠାଯିବାକୁ ନିଷ୍ପତି ନେଇଛି ।

ରଂଧାବା କହିଛନ୍ତି ସାତ ବର୍ଷର ଜେଲ ଦଣ୍ଡ ମିଳିଥିବା କଏଦୀ ମାନଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଛି । ସେମାନଙ୍କୁ 6 ମାସ ପାରୋଲରେ ଆସିବା ସହ 6 ମାସର ଜାମିନ ପ୍ରଦାନ କରିଛନ୍ତି ସରକାର । କୋଭିଡ଼ 19କୁ ପ୍ରତିହତ କରିବା ପାଇଁ ପଞ୍ଜାବ ସରକାର ଏହି ନିଷ୍ପତି ନେଇଥିବା କହିଛନ୍ତି ଜେଲ ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details