ଓଡିଶା

odisha

ETV Bharat / bharat

କୋରୋନା ପାଇଁ ପଞ୍ଜାବ ସରକାରଙ୍କ ତତ୍ପରତା, କର୍ମଚାରୀଙ୍କ ଛୁଟି ବାତିଲ

ପଞ୍ଜାବ ସରକାର କୋରୋନା ଭାଇରସ(କୋଭିଡ-19) ଚିହ୍ନଟ ଓ ଥଇଥାନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 12, 2020, 10:31 PM IST

Punjab Government issued the instructions to cancel the holidays of key staff engaged in the reporting and management for Corona Virus
କୋରୋନା ପାଇଁ ପଞ୍ଜାବ ସରକାରଙ୍କ ତତ୍ପରତା, କର୍ମଚାରୀଙ୍କ ଛୁଟି ବାତିଲ

ଚଣ୍ଡୀଗଡ: କୋରୋନା ଭାଇରସ(କୋଭିଡ-19)କୁ ବେଶ ତତ୍ପର ହୋଇ ଉଠିଛନ୍ତାତି ପଞ୍ଜାବ ସରକାର। ସେଥିପାଇଁ କୋରୋନା ଚିହ୍ନଟ ଓ ଥଇଥାନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ପ୍ରକାଶ କରିଛନ୍ତି ।

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘କୋଭିଡ-19 ଭୟଙ୍କର ରୂପ ଧାରଣ କରୁଛି। ରାଜ୍ୟରେ ଏହାକୁ ବେଶ ଗୁରୁତର ସହ ନିଆଯାଇଛି । ଏଥିପାଇଁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚରେ ବାଧା ନ ଉପୁଜିବା ପାଇଁ ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ’ ରାଜ୍ୟରେ ଏକ ସ୍ବତନ୍ତ୍ର ଟିମ ଏଥିପ୍ରତି ତୀକ୍ଷ୍ଣ ନଜର ରଖିଛି । ଏପର୍ଯ୍ୟନ୍ତ 35 ଜଣ ସନ୍ଧିଗ୍ଧଙ୍କ ରକ୍ତ ନମୁନା ନେଗେଟିଭ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।

@ANI

ABOUT THE AUTHOR

...view details