ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ କଠୋର ହେଲେ ପଞ୍ଜାବ ସରକାର - ପଞ୍ଜାବ ସରକାର

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଅନ୍ୟ ରାଜ୍ୟ ବିଶେଷ କରି ଦିଲ୍ଲୀରୁ ଆସୁଥିବା ଲୋକଙ୍କର କଡା ଯାଞ୍ଚ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କୋରୋନା ଚିକିତ୍ସା ପାଇଁ ଦିଲ୍ଲୀରୁ ପଞ୍ଜାବକୁ ଆସୁଥିବା ପଞ୍ଜାବୀଙ୍କୁ ସ୍ୱାଗତ। କିନ୍ତୁ ଏଥିପାଇଁ ସେମାନଙ୍କୁ ଦିଲ୍ଲୀ ଡାକ୍ତରଖାନାର ସୁପାରିଶ କ୍ରମେ ଏଠାରେ ଥିବା ଡାକ୍ତରଖାନାରେ ବେଡ୍ ରିଜର୍ଭ କରିବାକୁ ପଡିବ।

corona
କୋରୋନାକୁ ନେଇ କଠୋର ହେଲେ ପଞ୍ଜାବ ସରକାର

By

Published : Jun 14, 2020, 5:56 PM IST

ଚଣ୍ଡିଗଡ଼: କୋରୋନା ସଂକ୍ରମଣକୁ ନେଇ କଠୋର ହେଲେ ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଅନ୍ୟ ରାଜ୍ୟ ବିଶେଷ କରି ଦିଲ୍ଲୀରୁ ଆସୁଥିବା ଲୋକଙ୍କର କଡା ଯାଞ୍ଚ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କୋରୋନା ଚିକିତ୍ସା ପାଇଁ ଦିଲ୍ଲୀରୁ ପଞ୍ଜାବକୁ ଆସୁଥିବା ପଞ୍ଜାବୀଙ୍କୁ ସ୍ୱାଗତ। କିନ୍ତୁ ଏଥିପାଇଁ ସେମାନଙ୍କୁ ଦିଲ୍ଲୀ ଡାକ୍ତରଖାନାର ସୁପାରିଶ କ୍ରମେ ଏଠାରେ ଥିବା ଡାକ୍ତରଖାନାରେ ବେଡ୍ ରିଜର୍ଭ କରିବାକୁ ପଡିବ।

ଗତ ଶନିବାର ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କହିଛନ୍ତି ଯେ, ଗତ ଏକ ମାସ ମଧ୍ୟରେ ଦିଲ୍ଲୀରୁ ପଞ୍ଜାବ ଆସିଥିବା 97 ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିସହ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଦିଲ୍ଲୀରେ ସରକାରୀ ଡାକ୍ତରଖାନାଗୁଡ଼ିକରେ କୋରୋନା ପରୀକ୍ଷାରେ ବିଫଳ ହେବାପରେ ଏମାନେ ଯାଞ୍ଚ ପାଇଁ ପଞ୍ଜାବକୁ ଆସିଛନ୍ତି।

ABOUT THE AUTHOR

...view details