ଓଡିଶା

odisha

ETV Bharat / bharat

ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ କୋରୋନା ସଂକ୍ରମିତ, ସମ୍ପୂର୍ଣ୍ଣ କ୍ୟାବିନେଟର ହେବ ପରୀକ୍ଷଣ - Punjab Cabinet to undergo Covid tests

ପଞ୍ଜାବ କ୍ୟାବିନେଟର ଜଣେ ମନ୍ତ୍ରୀ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଅମରିନ୍ଦର ସିଂଙ୍କ ସମ୍ପୂର୍ଣ୍ଣ କ୍ୟାବିନେଟ ସତର୍କତାମୂଳକ ପଦକ୍ଷେପ ଭାବରେ କୋରୋନା ପରୀକ୍ଷଣ କରିବାର ସମ୍ଭାବନା ରହିଛି ।

କୋରୋନା ସଂକ୍ରମିତ
କୋରୋନା ସଂକ୍ରମିତ

By

Published : Jul 15, 2020, 12:03 PM IST

ଚଣ୍ଡିଗଡ: ପଞ୍ଜାବ କ୍ୟାବିନେଟର ଜଣେ ମନ୍ତ୍ରୀ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ପଞ୍ଜାବର ଗ୍ରାମୀଣ ବିକାଶ ମନ୍ତ୍ରୀ ତ୍ରିପ୍ତ ରାଜନ୍ଦର ସିଂ ବାଜୱାଙ୍କ କୋରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ ଆସିଛି । ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଥମ ପରିଷଦ ମନ୍ତ୍ରୀ । ତେବେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଅମରିନ୍ଦର ସିଂଙ୍କ ସମ୍ପୂର୍ଣ୍ଣ କ୍ୟାବିନେଟ ସତର୍କତାମୂଳକ ପଦକ୍ଷେପ ଭାବରେ କୋରୋନା ପରୀକ୍ଷଣ କରିବାର ସମ୍ଭାବନା ରହିଛି ।

ମନ୍ତ୍ରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସମ୍ପୁର୍ଣ୍ଣ କ୍ୟାବିନେଟର କୋରୋନା ପରୀକ୍ଷଣ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି । ସେ କହିଛନ୍ତି, ଯଦିଓ ଅନେକ ଦିନରୁ ସମସ୍ତ ବୈଠକ ଭର୍ଚୁଆଲ ଭାବରେ ହୋଇଛି । ତଥାପି କର୍ମଚାରୀଙ୍କ ମାଧ୍ୟମରେ କୋରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ ମନ୍ତ୍ରୀଙ୍କୁ ପରୀକ୍ଷା କରାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ବାଜୱାଙ୍କ ଶରୀରରେ କୋରୋନାର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ସେ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ସପ୍ତାହରେ ଗ୍ରାମୀଣ ବିକାଶ ନିର୍ଦ୍ଦେଶକ ବିପୁଲ ଉଜୱାଲ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହା ପରେ ବାଜୱାଙ୍କର କୋରୋନା ପରୀକ୍ଷଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାଜ୍ୟରେ ମୋଟ 340ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହା ବ୍ୟତୀତ 9 ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ABOUT THE AUTHOR

...view details