ଅମୃତସର: ବିନା ମାସ୍କରେ ମହଙ୍ଗା ପଡିଲା ବିବାହ । 10 ହଜାର ଟଙ୍କା ଫାଇନ ଗଣିବେ ନବ ବିବାହିତା ଦମ୍ପତି । ନିୟମ ଉଲ୍ଲଙ୍ଘନ କରିଥିବାରୁ ଜରିମାନ ଭରିବାକୁ ନିର୍ଦ୍ଦେଶ ଦେଲେ ପଞ୍ଜାବ ଓ ଚଣ୍ଡିଗଡ ହାଇକୋର୍ଟ । 15 ଦିନ ମଧ୍ୟରେ ହୋଶିଆରପୁର ଡେପୁଟ କମିଶନରୁ ଫାଇନ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ଏହି ଫାଇନ ଟଙ୍କାରେ ସାଧାରଣ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟିକୁ ହୋଶିଆରପୁର ଡେପୁଟ କମିଶନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ବର, କନ୍ୟା ନିଜର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ନିକଟରେ ଏକ ଯାଚିକା ଆବେଦନ କରିଥିଲେ । ଯେଉଁଥିରେ ସେମାନେ କହିଥିଲେ, ସେମାନଙ୍କ ଏ ବିବାହକୁ ନେଇ ଉଭୟ ପରିବାର ପ୍ରତିବାଦ କରିଥିଲେ । ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଜୀବନ ପ୍ରତି ବିପଦ ଥିବାରୁ କୋର୍ଟଙ୍କୁ ସୁରକ୍ଷା ମାଗିଥିଲେ ।