ଚଣ୍ଡିଗଡ: ଦିନକୁ ଦିନ ବର୍ଦ୍ଧିତ ଶବ୍ଦ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଆଦେଶ ଜାରି କରିଛନ୍ତି । ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ମନ୍ଦିର, ମସଜିଦ ଓ ଗୁରୁଦ୍ବାରରେ ଲିଖିତ ଆକାରରେ ଅନୁମତି ନ ମିଳିବାଯାଏଁ ଲାଉଡସ୍ପିକରର ବ୍ୟବହାର କରାଯିବ ନାହିଁ ।
ସନ୍ଧ୍ୟା 6ଟା ପରେ ଧାର୍ମିକ ସ୍ଥଳରେ ବାଜିବନି ଲାଉଡସ୍ପିକର - ମନ୍ଦିର
ଶବ୍ଦ ପ୍ରଦୂଷଣ ଉପରେ ରୋକ ଲଗାଇବାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଆଦେଶ ଜାରି । ମନ୍ଦିର, ମସଜିଦ ଓ ଗୁରୁଦ୍ବାରରେ ସନ୍ଧ୍ୟା 6ଟା ପରେ ବାଜିବନି ଲାଉଡସ୍ପିକର ।
ସୂଚନାନୂଯାୟୀ, ଉପରୋକ୍ତ ସମସ୍ତ ସ୍ଥାନରେ ସଂଧ୍ୟା 6ଟା ପୂର୍ବରୁ ହିଁ ସମସ୍ତ ଲାଉଡ ସ୍ପିକରକୁ ବନ୍ଦ କରାଯିବ । କିନ୍ତୁ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବର୍ଷକୁ 15 ଦିନ ଏହି ଲାଉଡସ୍ପିକର ବ୍ୟବହାର କରିବା ନେଇ କୋର୍ଟ ଅନୁମତି ଦେଇଛନ୍ତି । ହେଲେ ରାତି 10 ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ହିଁ କେବଳ ବ୍ୟବହାର ହୋଇପାରିବ । ଆଉ ଏହାର ଧ୍ବନି 10 ଡେସିବଲରୁ ଅଧିକ ହେବ ନାହିଁ ।
ହାଇକୋର୍ଟ ଏଥିପାଇଁ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡର ଡିଜିପି, ଡିସି ଓ ଏସଏସପି/ଏସପିଙ୍କୁ ଆଦେଶ ଦେଇଦେଇଛନ୍ତି । ଆଉ କହିଛନ୍ତି ଏହି ଆଦେଶ ପାଳନ କରିବା ପାଇଁ ଏହି ଅଧିକାରୀମାନେ ହିଁ ଦାୟୀ ରହିବେ । ଏହାବ୍ୟତୀତ କୋର୍ଟ ଲାଇଭ ଶୋ ସହ ସାଧାରଣ ସ୍ଥାନରେ ମଦ ପିଇବା, ଅଶ୍ଲିଳତା, ହିଂସା ଆଦିକୁ ପ୍ରୋତ୍ସାହନ ଦେବା ଭଳି ଗୀତକୁ ବଜାଇବା ନେଇ ମଧ୍ୟ ରୋକ ଲଗାଇଛନ୍ତି ।