ପୁଣେ: ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ପୁଣେ ଭିତ୍ତିକ ଏକ କମ୍ପାନୀକୁ କୋଭିଡ -19 ଟେଷ୍ଟ କିଟ୍ ପାଇଁ ନିର୍ମାଣ ପାଇଁ ଅନୁମୋଦନ ଦେଇଛି । ବର୍ତ୍ତମାନ ଏହି କିଟ୍ର କ୍ରୟ ମୂଲ୍ୟର ଏକ ଚତୁର୍ଥାଂଶ ଖର୍ଚ୍ଚ ହେବ ବୋଲି କମ୍ପାନୀ କହିଛି। ଅଧିକ ପଢନ୍ତୁ....
କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ବ ଦେବା ସହ ସ୍ଥାନୀୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗରେ WHO / CDC ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ୍ -19 କିଟ୍ ପ୍ରସ୍ତୁତ କରିବା କଥା କହିଛି । ଏହାକୁ ଏକ ରେକର୍ଡ ସମୟ ମଧ୍ୟରେ ବିକଶିତ କରାଯିବା ସହ ମୂଲ୍ୟାଙ୍କନ କରାଯାଇଥିଲା ବୋଲି ମଲିକୁଲାର ଡାଇଗ୍ନୋଷ୍ଟିକ୍ କମ୍ପାନୀ ମାଇଁ ଲ୍ୟାବ ଡିସକଭରି ସଲ୍ୟୁସନ୍ର ଏମଡି ହସମୁଖ ରାୱାଲ କହିଛନ୍ତି । ବର୍ତ୍ତମାନ ଏହି କିଟ୍ର କ୍ରୟ ମୂଲ୍ୟର ଏକ ଚତୁର୍ଥାଂଶ ଖର୍ଚ୍ଚ ହେବ ବୋଲି କମ୍ପାନୀ କହିଛି।
ଏହି ସମୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଭାରତରେ କୋଭିଡ -19 ପରୀକ୍ଷା କରିବା ପାଇଁ ଦେଶର 16 ଟି ଘରୋଇ ଲାବୋରେଟୋରୀକୁ ସବୁଜ ସଙ୍କେତ ଦେଇଛି।