ଓଡିଶା

odisha

ETV Bharat / bharat

ପୁଲ୍‌ଓ୍ଵାମା ଶହୀଦଙ୍କ ପାଇଁ ୧୧୦ କୋଟି ଟଙ୍କା ଦାନ କରିବେ ନେତ୍ରହୀନ ବୈଜ୍ଞାନିକ

ଆଜନ୍ମ ଚକ୍ଷୁହୀନ ଏହି ବ୍ୟକ୍ତି ଏକକଳୀନ 110କୋଟି ଶହୀଦଙ୍କ ପରିବାରକୁ ଦାନ ପାଇଁ ଏକ ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି । ସେ ହେଲେ ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତାଜ୍‌ ଏ. ହମିଦ୍‌ । ଜାତୀୟ ରିଲିଫ୍‌ ପାଣ୍ଠିକୁ ସେ ଏହି ସହାୟତା ରାଶି ପ୍ରଦାନ କରିବା ପାଇଁ କହିଛନ୍ତି ।

By

Published : Mar 4, 2019, 3:38 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କୋଟା: ପୁଲୱାମା ଶହୀଦଙ୍କ ପରିବାରର ଯେଉଁ କ୍ଷତି ହୋଇଛି ତାହା ଅପୂରଣୀୟ । ଯାହାର ଭରଣା କରିବା ପାଇଁ କେହି ସକ୍ଷମ ହେବେ ନାହିଁ । କିଛି ମାତ୍ରାରେ ସାହା ହେବା ପାଇଁ ସବୁ ଆଡୁ ଶହୀଦଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରାଯାଉଛି । ମାତ୍ର ଏମିତି ଜଣେ ବ୍ୟକ୍ତି ତାଙ୍କ ଆଗରେ ନେତା, ଅଭିନେତା, ସରକାର ମଧ୍ୟ ହାର ମାନି ଯାଇଛନ୍ତି । ଆଜନ୍ମ ଚକ୍ଷୁହୀନ ଏହି ବ୍ୟକ୍ତି ଏକକଳୀନ 110କୋଟି ଶହୀଦଙ୍କ ପରିବାରକୁ ଦାନ ପାଇଁ ଏକ ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି । ସେ ହେଲେ ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତାଜ୍‌ ଏ. ହମିଦ୍‌ । ଜାତୀୟ ରିଲିଫ୍‌ ପାଣ୍ଠିକୁ ସେ ଏହି ସହାୟତା ରାଶି ପ୍ରଦାନ କରିବା ପାଇଁ କହିଛନ୍ତି ।

ଏହି କାମକୁ ଜଲଦି ସମୂର୍ଣ୍ଣ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ 25 ଫେବୃୟାରୀ ଇ-ମେଲ୍‌ କରିଥିବା କହିଛନ୍ତି । ଏହାସହ ମାର୍ଚ୍ଚ 1ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାର୍ତ୍ତାଳାପ ସହ ଏ ସଂକ୍ରାନ୍ତରେ ସାକ୍ଷାତ କରିବାକୁ ପାଇଁ ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି । ଆଜନ୍ମ ଚକ୍ଷୁହୀନ ହମିଦ କୋଟାସ୍ଥିତ ସରକାରୀ ବାଣିଜ୍ୟ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।

ଏହି ମାମଲାରେ ଜାତୀୟ ରିଲିଫ୍‌ ପାଣ୍ଠିର ସଚିବ ଅଗ୍ନି କୁମାର ଦାସ ଅଲିଙ୍କୁ ନିଜର ସମସ୍ତ ଫ୍ରୋଫାଇଲ ସମେତ ଜରୁରୀ କାଗଜ ପତ୍ର, ପାନ କାର୍ଡ ଓ ଦାନ କରିବା ରାଶିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ସମସ୍ତ ପ୍ରକ୍ରିୟା ସରିଲେ ସେ ପ୍ରଧାନମନ୍ତ୍ରୀଙ୍କୁ 110କୋଟିର ଚେକ୍‌ ସ୍ବହସ୍ତରେ ପ୍ରଦାନ କରିବେ ବୋଲି କହିଛନ୍ତି ।

For All Latest Updates

ABOUT THE AUTHOR

...view details