ଓଡିଶା

odisha

ETV Bharat / bharat

ପୁଲଓ୍ବାମା ଆକ୍ରମଣ ପଛରେ ଆତଙ୍କବାଦୀ ମାସୁଦ ଅଜହରର ଭଣଜା ମହମ୍ମଦ ଉମର ! - nephew

ପୁଲଓ୍ବାମାରେ ଆତଙ୍କୀ ଆକ୍ରମଣ ପଛରେ ମସୁଦ ଅଜହରର ଭଣଜା ମହମ୍ମଦ ଉମର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରିଛି । ଏନଆଇଆଏ ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା 7 ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ପ୍ରତୀକାତ୍ମକ ଫଟୋ

By

Published : Feb 16, 2019, 10:44 AM IST

Updated : Feb 16, 2019, 11:30 AM IST

ନୂଆଦିଲ୍ଲୀ: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ମସୁଦ ଅଜହରର ଭଣଜା ମହମ୍ମଦ ଉମର । ଗୁଇନ୍ଦା ସଂସ୍ଥା ଏଭଳି ସନ୍ଦେହ କରିଛି । ଏନଆଇଆଏ ଏହି ଘଟଣାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା 7 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ମହମ୍ମଦ ଉମର ଆଫଗାନିସ୍ତାନ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିଲା । ଏହାପରେ ପୁଲଓ୍ବାମାରେ ଆସି ରହୁଥିବା ସୂଚନା ରହିଛି ।

ଗୁରୁବାର ଦିନ ପୁଲଓ୍ବାମାରେ ଆତଙ୍କବାଦୀ ମାନେ ସେନାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ । ସେନାର ଗାଡି ଯାଉଥିବା ବେଳେ ହଠାତ୍ ଆରଡିଏକ୍ସ ବୋଝେଇ ଏକ ସ୍କୋର୍ପିଓ ଆସି ଧକ୍କା ଦେଇଥିଲା । ବର୍ତ୍ତମାନ ସୁଦ୍ଧା 44 ସେନା ସହିଦ ହୋଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣ କରିଥିବା ୨୨ ବର୍ଷିୟ ଆତଙ୍କବାଦୀ ଆଦିଲ ଅହମଦର ମୃତଦେହ ମିଳିପାରିନାହିଁ । ହେଲେ ବିସ୍ଫୋରଣ ପାଇଁ 100-150 କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର କରାଯାଇଥିବା ସୂଚନା ରହିଛି ।

Last Updated : Feb 16, 2019, 11:30 AM IST

ABOUT THE AUTHOR

...view details