ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ମାମଲାରେ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଆକ୍ରମଣର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଗିରଫ ୟୁସୁଫ ଚୋପନକୁ ଜାମିନ ପ୍ରଦାନ କରିଛନ୍ତି । ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଧାର୍ଯ୍ୟ ସମୟ ସୀମା ଭିତରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ କରି କୋର୍ଟଙ୍କ ନିକଟରେ ଦାଖଲ କରିବାରେ ବିଫଳ ହୋଇଥିଲା । ଫଳରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।
ଏନଆଇଏର ସ୍ବତନ୍ତ୍ର ବିଚାରପତି ପ୍ରବୀଣ ସିଂହ ଏହି ମାମଲାରେ ଫେବୃଆରୀ 18 ତାରିଖରେ କହିଥିଲେ ଯେ, ୟୁସୁଫ ଚୋପନର ଜାମିନ ମଞ୍ଜୁର ହେବା ବିଧିସମ୍ମତ ଓ ନ୍ୟାର୍ଯ୍ୟ ଅଧିକାର ।
ୟୁସୁଫଙ୍କ ଓକିଲ ଏହି ମାମଲାରେ ନିଜ ଯୁକ୍ତି ରଖିଛନ୍ତି । 180 ଦିନ ବିତିବାକୁ ଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ଅନେକ ଦିନ ଗଡିଯାଇଥିଲେ ମଧ୍ୟ ୟୁସୁଫ ଚୋପନଙ୍କ ନାମରେ ଉପଯୁକ୍ତ ପ୍ରମାଣ ଯୋଗାଡ କରିବା ବିଫଳ ରହିଛି ଏନଆଇଏ । ଫଳେ ଏବା ତାଙ୍କ ମହକିଲଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।