ଓଡିଶା

odisha

ETV Bharat / bharat

ଦେଶରେ ବିକାଶର ସକ୍ରିୟତାର ସହ ଭାଗିଦାର ହୁଅନ୍ତୁ ଜନପ୍ରତିନିଧି: ରାଷ୍ଟ୍ରପତି

ସପ୍ତଦଶ ଲୋକସଭା ଗଠିତ ହୋଇ ସାରିବା ପରେ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ନିର୍ବାଚିତ ଜନପ୍ରତିନିଧିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମାନେ ଦେଶରେ ବିକାଶର ସକ୍ରିୟତାର ସହ ଭାଗିଦାର ହୁଅନ୍ତୁ।

ଫାଇଲ ଫଟୋ

By

Published : Jun 20, 2019, 3:01 PM IST

ନୂଆଦିଲ୍ଲୀ: ଗୁରୁବାର ସଂସଦର ସେଣ୍ଟ୍ରାଲ୍ ହଲ୍ ଠାରେ ରାଜ୍ୟସଭା ଏବଂ ଲୋକସଭାର ମିଳିତ ଅଧିବେସନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି ଦେଶର ବିକାଶ ଏବଂ ନିର୍ମାଣରେ ନିର୍ବାଚିତ ଜନପ୍ରତିନିଧି ସକ୍ରିୟତାର ସହ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ଆଜି ଦିନ 11ଟା ସମୟର ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ସେ ।

ସମାଜରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ କରିବା ଦିଗରେ ମତାମତ ରଖିଛନ୍ତି ରାଷ୍ଟ୍ରପତି । ଟ୍ରିପଲ ତଲାକ୍, ନିକାହା-ହଲାଲା ଭଳି କୁପ୍ରଥାର ମୂଳତ୍ପାଟନ ପାଇଁ ଜନପ୍ରତିନିଧି ସେମାନଙ୍କର ସମର୍ଥନକୁ ପରିବ୍ୟାପ୍ତ କରିବାର ଆବଶ୍ୟକତା ରହିଛି । ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ବ୍ୟବସ୍ଥାକୁ ବନ୍ଦ କରିବାର ଆବଶ୍ୟକ ହୋଇପଡିଛି । ମହିଳା ସଶକ୍ତିକରଣ ବିନା କୌଣସି ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ ନାହିଁ । ସରକାର ଏହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି ।

ନିଜର ସମ୍ବୋଧନରେ ରାଷ୍ଟ୍ରପତି ଦେଶରେ ଦେଖାଦେଇଥିବା ଉତ୍କଟ ଜଳ ସମସ୍ୟା କଥା ଉଠାଇଛନ୍ତି । ନଦୀ, ପୋଖରୀ ଏବଂ ହ୍ରଦ ଭଳି ଜଳାଶୟରେ ଜଳସ୍ତର କମିବାରେ ଲାଗିଛି । ବର୍ତ୍ତମାନ ଦେଖାଦେଇଥିବା ଏଭଳି ସମସ୍ୟାର ସମାଧାନ ପାଇଁ ଜଳ ସଂରକ୍ଷଣ କରିବା ଆବଶାମ୍ଭାବୀ ହୋଇପଡିଛି । ଯାହା ଦ୍ବାରା ଭବିଷ୍ୟତ ପୀଢି ଏହାର ଲାଭ ଉଠାଇ ପାରିବ । ଜଳ ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ "ଜଳଶକ୍ତି ମନ୍ତ୍ରଣାଳୟ" ଗଠନ ଏକ ଅଭିନବ ପ୍ରୟାସ ।

ଦେଶର ଯୁବବର୍ଗଙ୍କ ରୋଜଗାର ଏବଂ ଶିକ୍ଷା ପାଇଁ ବିଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଂଶସା କରିଛନ୍ତି ରାଷ୍ଟ୍ରପତି । ଆତ୍ମନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ 19 କୋଟି ଋଣ ବଣ୍ଟନ କରାଯାଇଛି । ଏହା ଦ୍ବାରା ପ୍ରାୟ 30 କୋଟି ଲୋକଙ୍କ ନିକଟରେ ରୋଜଗାରର ସୁଯୋଗ ପହଞ୍ଚା ଯାଇପାରିବ। ବ୍ୟବସାୟ ପାଇଁ ବିନା ଗ୍ୟାରେଣ୍ଟରରେ ବ୍ୟବସାୟୀଙ୍କୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହୟତା ଯୋଗାଇ ଦିଆଯାଉଥିବା କହିଛନ୍ତି ।

ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ଏକ ସ୍ପଷ୍ଟ ଜନାଦେଶ ମିଳିଥିବା କହିଛନ୍ତି ରାଷ୍ଟ୍ରପତି । ପ୍ରଥମ ଦଫାର କାର୍ଯ୍ୟକୁ ପରୀକ୍ଷା କରିବା ପରେ ଲୋକେ ଏପରି ସମର୍ଥନ ଦେଇଛନ୍ତି ବୋଲି ସେ ଜଣାଇଛନ୍ତି । ବିକାଶକୁ ଦେଖି ଭାରତବର୍ଷରେ ଏପରି ଜନମତ ମିଳିଛି ବୋଲି ଦର୍ଶାଇଛନ୍ତି । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନଧରଣର ମାନକୁ ଉନ୍ନତ କରିବା ଦିଗରେ ସଫଳତା ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି ।

ରାଷ୍ଟ୍ରୀୟ ସୁରକ୍ଷା ଦିଗରେ କେନ୍ଦ୍ର ସରକାର ଜାଗ୍ରତ ଅଛନ୍ତି । ଖାସ୍ କରି ଆତଙ୍କବାଦ ଦମନ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ବରୂପ ମସୁଦ ଆଜହର ଭଳି ଆତଙ୍କୀ ଆକ୍ରମଣ କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଥିବା ଲୋକକୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି । ପିଓକେ ସର୍ଜିକାଲ ଷ୍ଟ୍ରାଇକ ଏବଂ ବାଲାକୋଟ ଏୟାରଷ୍ଟ୍ରାଇକ ଆତଙ୍କବାଦୀଙ୍କ ପାଇଁ ଉଚିତ ଜବାବ ବୋଲି କହିଛନ୍ତି ରାଷ୍ଟ୍ରପତି ।

"ୱାନ ନେସନ୍, ୱାନ ଇଲେକସନ" ଉପରେ ପ୍ରତିକ୍ରିୟା ରଖି ରାଷ୍ଟ୍ରପତି କହିଛନ୍ତି ସଂସଦ ସମସ୍ତ ସାଂସଦ ଏହା ଉପରେ ବିଚାର କରନ୍ତୁ । ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ବାରା ଦେଶରେ ବିକାଶ ପଥର ସୁରୁଖୁରୁରେ ଅଗ୍ରସର ହୋଇପାରିବ ବୋଲି ରାଷ୍ଟ୍ରପତି ଜଣାଇଛନ୍ତି ।

ABOUT THE AUTHOR

...view details