ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ: ପବ୍ ଏବଂ ରେଷ୍ଟୁରାଣ୍ଟ ବନ୍ଦ ହେତୁ ଜନସ୍ୱାସ୍ଥ୍ୟରେ ଆସୁଛି ଉନ୍ନତି, ରିପୋର୍ଟ - coronavirus

ଲକଡାଉନ୍ ସମୟରେ ମଦ୍ୟପାନ ନକରିବା ଦ୍ବାରା 2 ସପ୍ତାହ ମଧ୍ୟରେ ଆପଣଙ୍କ କ୍ୟାଲୋରୀ ଖର୍ଚ୍ଚ ମାତ୍ର 2,000 ହ୍ରାସ ହୋଇପାରେ । ଯେତେବେଳେ ଆପଣଙ୍କର ଯକୃତରେ ଥିବା ଚର୍ବି ଏକ ମାସରେ 15 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଅଧିକ ପଢନ୍ତୁ...

Public health
Public healthପବ୍ ଏବଂ ରେଷ୍ଟୁରାଣ୍ଟ ବନ୍ଦ ହେତୁ ଜନସ୍ୱାସ୍ଥ୍ୟରେ ଆସୁଛି ଉନ୍ନତି

By

Published : Apr 13, 2020, 4:36 PM IST

ହାଇଦ୍ରାବାଦ: କୋରୋନା ଭାଇରସ ଯୋଗୁଁ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ ପବ୍ ମଧ୍ୟ ବନ୍ଦ ରହିଛି । ଯେଉଁଥିପାଇଁ ମଦ୍ୟ ପାନ କରୁଥିବା ଲୋକଙ୍କୁ ଅସୁବିଧା ହେଉଛି । କିନ୍ତୁ ଏହି ସମୟ ମଧ୍ୟରେ ମଦ୍ୟପାନ ନକରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଆଣିପାରେ । ନିକଟରେ ହୋଇଥିବା ଏକ ରିପୋର୍ଟରେ ପ୍ରାକାଶ ପାଇଛି । ଏହାଦ୍ବାରା କଣ ଫାଇଦା ଆସନ୍ତୁ ଜାଣିବା ।

ପବ୍ ଏବଂ ରେଷ୍ଟୁରାଣ୍ଟ ବନ୍ଦ ହେତୁ ଜନସ୍ୱାସ୍ଥ୍ୟରେ ଆସୁଛି ଉନ୍ନତି

ଯକୃତରେ ଚର୍ବି ଜମା ହ୍ରାସ

ରିପୋର୍ଟ ଅନୁଯାୟୀ, ଲକଡାଉନ୍ ସମୟରେ ମଦ୍ୟପାନ ନକରିବା ଦ୍ବାରା 2 ସପ୍ତାହ ମଧ୍ୟରେ ଆପଣଙ୍କ କ୍ୟାଲୋରୀ ଖର୍ଚ୍ଚ ମାତ୍ର 2,000 ହ୍ରାସ ହୋଇପାରେ। ଯେତେବେଳେ ଆପଣଙ୍କର ଯକୃତରେ ଥିବା ଚର୍ବି ଏକ ମାସରେ 15 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ।

ପେଟର ଚର୍ବିର ହ୍ରାସ

ବ୍ରିଟେନର କସମେଡିକ୍ସ ସ୍କିନ୍ କ୍ଲିନିକ୍ସର ନିର୍ଦ୍ଦେଶକ ଡାକ୍ତର ରସ୍ ପେରି କହିଛନ୍ତି ଯେ, ଲକଡାଉନ୍ ସମୟରେ ପିଇବାକୁ ବାହାରକୁ ନଯିବା ଏବଂ ଘରେ ପିଇବା ଛାଡିବା ଦ୍ବାରା ଆପଣଙ୍କ ପେଟ ପତଳା ହୋଇପାରେ। ଆପଣଙ୍କ ତ୍ୱଚା ସଫା ହୋଇପାରେ ଏବଂ ପ୍ରତିରକ୍ଷା ପ୍ରଣାଳୀ ଶକ୍ତିଶାଳୀ ହୋଇପାରେ, ଯାହା ଆପଣଙ୍କ ଶରୀରକୁ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିବ ।

ଯକୃତକୁ ଶତପ୍ରତିଶତ ଭଲ କରାଯାଇପାରିବ

ଏଥି ସହିତ, ଓ୍ବର୍କଶାୟର ଆଷ୍ଟେଟିକ୍ସର ଡାକ୍ତର ସେଲିନା ଲାଙ୍ଗଡନ୍ କହିଛନ୍ତି ଯେ, ଯଦି କେହି ବର୍ଷ ବର୍ଷ ଧରି ମଦ୍ୟପାନ କରୁଛନ୍ତି, ତେବେ କେତେକ କ୍ଷେତ୍ରରେ ମଦ୍ୟପାନ ଛାଡି ତାଙ୍କ ଯକୃତକୁ ଶତପ୍ରତିଶତ ଆରୋଗ୍ୟ କରାଯାଇପାରିବ।

ପଢନ୍ତୁ, ମଦ୍ୟପାନ କରିବାର ଦ୍ବାରା ହେଉଥିବା ଅସୁବିଧା ବିଷୟରେ

ଅତ୍ୟଧିକ ମଦ୍ୟପାନ କଲେ ନିଦ୍ରା ହୀନତାର ସମସ୍ୟା ହୋଇପାରେ

ମଦ୍ୟପାନ କରିବା ମସ୍ତିଷ୍କ ଏବଂ ଚିନ୍ତା କରିବାର କ୍ଷମତା ଉପରେ ଗଭୀର ପ୍ରଭାବ ପକାଇଥାଏ

ଅନେକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ମଦ୍ୟପାନ କରିବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ବଢିଥାଏ।

ମଦ୍ୟପାନ କରିବା ପରେ ଲୋକମାନେ ଅଧିକ କହିବା ଏବଂ ଉଦାସୀନ ହୋଇ କାନ୍ଦିବା ଆରମ୍ଭ କରନ୍ତି ।

ABOUT THE AUTHOR

...view details