ନୂଆଦିଲ୍ଲୀ: ଏବେ ଚାରିଆଡେ ପବଜି ଚର୍ଚ୍ଚା । ଯୁବପିଢିଙ୍କୁ ବାୟା କରିଛି ଏହି ଅନଲାଇନ ଗେମ । ପରିବର୍ତ୍ତିତ ସମୟରେ ସଭିଁଙ୍କ ମୁହଁରେ ଏହି ଗୋଟିଏ ଗେମର କଥା । ପ୍ରତିଟି ମୂହୁର୍ତ୍ତରେ ଏହି ଗେମ ଖେଳିବାକୁ ଯୁବପିଢିମାନେ ଦିନକୁ ଦିନ ବେଶି ଆକୃଷ୍ଟ ହେବାରେ ଲାଗିଛନ୍ତି । ତେବେ ଏହି ଗେମକୁ ନେଇ ଅନେକ ଖବର ଏବେ ସାମ୍ନାକୁ ଆସୁଛି । ଯେଉଁଥିପାଇଁ ଏହାକୁ ବ୍ୟାନ ହେଉ ବା ଏହା ଉପରେ ରୋକ ଲଗାଇବାକୁ ମଧ୍ୟ ଜୋରସୋରରେ ଉଦ୍ୟମ ଚାଲିଛି ।
ସୂଚନା ଅନୁସାରେ, ଲଗାତାର ଭାବେ ଏହି ପବଜି ଗେମ ଖେଳୁଥିବାରୁ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି ଯାହାକୁ ନେଇ ଚିନ୍ତାରେ ଏହି ଗେମ କମ୍ପାନୀ । ତେବେ ଏହି ଗେମରେ ଅନେକ ପରିବର୍ତ୍ତନ କରାଯିବା ନେଇ ମଧ୍ୟ ସୂଚନା ଆସୁଛି । ଟେନେସେଣ୍ଟ ଗେମସ ଓ ପବଜି କର୍ପୋରେସନ ଏଥିପାଇଁ ଏକ ବଡ ପଦକ୍ଷେପ ନେଇଛି । ଦୀର୍ଘ ସମୟ ଧରି ଯେଉଁ ୟୁଜର୍ସମାନେ ଏହି ଗେମ ଖେଳୁଥିବାରୁ ଏହା ଉପରେ ଟାଇମ ଲିମିଟ ବା ସୀମିତ ସମୟ ସୀମା ଉପରେ ମୋହର ଲଗାଯାଇଛି ।