ଓଡିଶା

odisha

ETV Bharat / bharat

ଆମ୍ବୁଲାନ୍ସକୁ ବାଟ ନ ଛାଡିଲେ ଗଣିବେ 10 ହଜାର ଟଙ୍କା ଜରିମାନା - motor-vehicle-bill

ମୋଟର ଯାନ ସଂଶୋଧନ ବିଲକୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ପକ୍ଷରୁ ମଞ୍ଜୁରୀ ମିଳିଛି । ଆମ୍ବୁଲାନ୍ସ ଭଳି ଜରୁରୀକାଳିନ ବାହନ ଗୁଡିକୁ ବାଟ ନ ଛାଡିଲେ 10 ହଜାର ଟଙ୍କା ଜରିମାନାର ପ୍ରାବଧାନ ରହିଛି ।

ଫାଇଲ ଫଟୋ

By

Published : Jun 25, 2019, 10:13 AM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମୋଟର ଯାନ ସଂଶୋଧନ ବିଲକୁ ମଞ୍ଜୁରୀ ଦେଇଛି । ଏହି ବିଲ୍‌ରେ ଯାତାୟାତ ନିୟମର ଉଲଙ୍ଘନ କଲେ ଭାରି ଜରିମାନାର ପ୍ରାବଧାନ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଲ୍‌ ଅନୁଯାୟୀ ଆମ୍ବୁଲାନ୍ସ ଭଳି ଜରୁରୀକାଳିନ ବାହନଗୁଡିକୁ ରାସ୍ତା ନଦେଲେ 10 ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି । ଏଥି ସହିତ ନାବାଳକଙ୍କ ଦ୍ବାରା ଗାଡି ଚଳାଇବା, ବିନା ଲାଇସେନ୍ସ ତଥା ମଦ୍ୟପାନ କରି ଗାଡି ଚଳାଇଲେ କଡା ଜରିମାନାରେ ପ୍ରାବଧାନ ରହିଛି ।

ପୂର୍ବରୁ ଏହି ବିଲ୍‌ ରାଜ୍ୟସଭାରେ ଅଟକିଥିବାବେଳେ 16ତମ ଲୋକସଭା କାର୍ଯ୍ୟକାଳ ସମାପ୍ତ ହେବାରୁ ଏହି ବିଲ୍‌ ଅଚଳ ହୋଇଯାଇଥିଲା ।

ABOUT THE AUTHOR

...view details