ଓଡିଶା

odisha

ETV Bharat / bharat

ଡାକ୍ତରଙ୍କୁ ମାଡ ମାରିଲେ 12 ବର୍ଷ ଜେଲ ! - doctor

ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଥିବା ଜଣା ପଡିଛି । ଆଇନ ଅନୁସାରେ ଡାକ୍ତରଙ୍କୁ ମାରପିଟ ଘଟଣା ଅପରାଧର ଶ୍ରେଣୀରେ ଆସିବା ସହ ଏଥିରେ ଜଡିତ ଥିବା ଅଭିଯୁକ୍ତକୁ ଅତି କମରେ 12 ବର୍ଷ ଜେଲଦଣ୍ଡ ହୋଇପାରେ।

ପ୍ରତିକାତ୍ମକ ଫଟୋ

By

Published : Jun 15, 2019, 2:37 PM IST

ନୂଆଦିଲ୍ଲୀ: ଡାକ୍ତରଙ୍କୁ ମାଡ ଘଟଣାରେ ଦେଶର ବିଭିନ୍ନ କ୍ଷେତ୍ରର ଡାକ୍ତର ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବଡ ପଦକ୍ଷେପ ନିଆଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି । ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଥିବା ଜଣାପଡିଛି ।

ଏହି ଆଇନ ଅନୁସାରେ ଡାକ୍ତରଙ୍କୁ ମାରପିଟ ଘଟଣା ଅପରାଧର ଶ୍ରେଣୀରେ ଆସିବା ସହ ଏଥିରେ ଜଡିତ ଥିବା ଅଭିଯୁକ୍ତକୁ ଅତି କମରେ 12 ବର୍ଷ ଦଣ୍ଡ ବ୍ୟବସ୍ଥା ହୋଇପାରେ। ଏଥି ସହ ଏହି ଆଇନକୁ ବିନା ଜାମିନ ରଖିବା ନେଇ ବିଚାର ଚାଲିଛି । ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ ଘଟଣା ପରେ ଦେଶବ୍ୟପୀ ଆନ୍ଦୋଳନକୁ ଦେଖି କେନ୍ଦ୍ର ସରକାର ଡାକ୍ତରଙ୍କୁ ଯଥାଶିଘ୍ର ସୁରକ୍ଷା ଦେବା ପାଇଁ ବିଚାର ଆରମ୍ଭ କରିଦେଇଛନ୍ତି ।

ଆଗାମୀ ଦିନରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ଡାକ୍ତରଙ୍କ ସୁରକ୍ଷା ପାଇଁ କଡା ଆଇନ ସହିତ କ୍ଲିନିକାଲ ଏଷ୍ଟାବ୍ଲିଷମେଣ୍ଟ ଆକ୍ଟରେ ପରିବର୍ତ୍ତନ କରାଯିବାର ମଧ୍ୟ ସମ୍ଭାବନା ରହିଛି।

ABOUT THE AUTHOR

...view details