ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ବିରୋଧ । ସୋମବାର ଲୋକସଭାରେ ନାଗରିକ ବିଲକୁ ଆଗତ କରାଯିବ । କିନ୍ତୁ ଏହି ବିଲକୁ ନେଇ ଆସାମର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି । ଅଲ୍ ଆସାମ ସୁତିୟା ଷ୍ଟୁଡେଣ୍ଟ ୟୁନିୟନ 12 ଘଣ୍ଟା ଆସାମ ବନ୍ଦର ଘୋଷଣା କରିଛି ।
ନାଗରିକ ସଂଶୋଧନ ବିଲକୁ ବିରୋଧ, 12 ଘଣ୍ଟିଆ ଆସାମ ବନ୍ଦ - 12 ଘଣ୍ଟିଆ ଆସାମ ବନ୍ଦ
ନାଗରିକ ସଂଶୋଧନ ବିଲକୁ ନେଇ ଆସାମର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି । ଅଲ୍ ଆସାମ ସୁତିୟା ଷ୍ଟୁଡେଣ୍ଟ ୟୁନିୟନ 12 ଘଣ୍ଟା ଆସାମ ବନ୍ଦର ଘୋଷଣା କରିଛି ।
ଏହି ବିରୋଧ ପ୍ରଦର୍ଶନରେ ଅନୟ ୟୁନିୟନ ମଧ୍ୟ ସାମିଲ ହୋଇଛି । ଆସାମ ୟୁବା ମଞ୍ଚ, ଅଲ୍ ଆସାମ କୋଚ୍ ରାଜବଙ୍ଗସୀ ଷ୍ଟୁଡେଣ୍ଟ ୟୁନିୟନ, ବିର୍ ଲଚିତ୍ ସେନା ମଧ୍ୟ ଆସାମ ବନ୍ଦର ଘୋଷଣା କରିଛନ୍ତି । ତେବେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଧେୟକୁ ଗୃହରେ ଆଗତ କରିବେ । ଯଦି ଏହି ବିଲ୍ ଆଇନରେ ପରିଣତ ହେବ ତେବେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଈସାଇ, ଶିଖ୍, ପାର୍ସୀ, ଜୈନ ଏବଂ ବୌଦ୍ଧ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ଭାରତୀୟ ନାଗରିକତା ପାଇପାରିବେ ।
ତେବେ ଏହି ବିଲର ସଂଶୋଧନକୁ ରାଜ୍ୟ ବିରୋଧ କରୁଛି । ଏହି ବିଲ୍ ଆଗତ ହେଲେ ରାଜ୍ୟର ସଂସ୍କୃତି, ଭାଷା ଓ ପରମ୍ପରାକୁ ଆଘାତ ପହଞ୍ଚିବ ବୋଲି କୁହାଯାଉଛି । 1955 ଅଧିନିୟମରେ ପରିବର୍ତ୍ତନ ଆସିବ । ପ୍ରଥମେ ଭାରତରେ ରହୁଥିବା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ଶରଣାର୍ଥୀ ଭାରତୀୟ ଅଧିବାସୀ ହେବାକୁ ହେଲେ ଅତି କମରେ 11 ବର୍ଷରେ ଭାରତରେ ରହିଥିବା ଆବଶ୍ୟକ । କିନ୍ତୁ ସଂଶୋଧନ ପରେ ଏହାକୁ କମ୍ କରାଯାଇ 6 ବର୍ଷ କରାଯିବ ।