ଓଡିଶା

odisha

ETV Bharat / bharat

୭ ଦଫା ଦାବିରେ ବରିଷ୍ଠ ନାଗରିକଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା - senior citizen

କେନ୍ଦୁଝର ଜିଲ୍ଲାର ଯୋଡାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧା କ୍ଷେତ୍ରରେ ମଧ୍ୟ ଜାଣି ଶୁଣି ଯୋଡାକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

୭ ଦଫା ଦାବିରେ ବରିଷ୍ଠ ନାଗରୀକଙ୍କ ଅନିର୍ଦ୍ଦିଷ୍ଟକାଳ ଧାରଣା
୭ ଦଫା ଦାବିରେ ବରିଷ୍ଠ ନାଗରୀକଙ୍କ ଅନିର୍ଦ୍ଦିଷ୍ଟକାଳ ଧାରଣା

By

Published : Jun 1, 2020, 5:43 PM IST

କେନ୍ଦୁଝର: ଜିଲ୍ଲାର ଯୋଡା ଏକ ରତ୍ନଗର୍ଭା ଖଣି ପ୍ରବଣ ଅଞ୍ଚଳଭାବେ ଜଣାଶୁଣା । କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ସତ୍ତ୍ବେ ଯୋଡା ସହର ଚିର ଅବହେଳିତ ହୋଇ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧା କ୍ଷେତ୍ରରେ ମଧ୍ୟ ଜାଣି ଶୁଣି ଯୋଡାକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଯୋଡା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭ ଦଫା ଦାବି ନେଇ ସୋମବାର ଠାରୁ ଯୋଡା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି ।

୭ ଦଫା ଦାବିରେ ବରିଷ୍ଠ ନାଗରୀକଙ୍କ ଅନିର୍ଦ୍ଦିଷ୍ଟକାଳ ଧାରଣା

ଏହି ଦାବି ଗୁଡିକ ହେଲା ଯୋଡା ସହର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥର ରଣାଶାଳ ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଓ ପ୍ରସସ୍ଥିକରଣ କାର୍ଯ୍ୟ ତୁରନ୍ତ ଶେଷ କରିବା । ମନ୍ଥରଗତିରେ ଚାଲୁଥିବା ୫୨୦ନଂ ଜାତୀୟ ରାଜପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା । ବହୁପ୍ରତିକ୍ଷିତ ରଣାଶାଳ ଘାଟି ଠାରୁ ବାଂଶପାଣି ପର୍ଯ୍ୟନ୍ତ ୨୦୧୧ରେ ପ୍ରସ୍ତାବିତ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା। ଘନ ଘନ ବିଜୁଳିକାଟର ତୁରନ୍ତ ପ୍ରତିକାର, ଯୋଡା ସହରକୁ ସ୍ୱଚ୍ଛ, ପର୍ଯ୍ୟାପ୍ତ ଓ ନିୟମିତ ଜଳ ଯୋଗାଣର ସୁବ୍ୟବସ୍ଥା କରିବା, କମାରଯୋଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ଉଚ୍ଚଶିକ୍ଷା ନିମନ୍ତେ ଏକ ସାଧାରଣ ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରମୁଖ ଦାବି ରହିଛି ।

ଏଥିରେ ଯୋଡା ସହରର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି। ଏହି ଦାବି ଗୁଡିକ ସରକାର ତୁରନ୍ତ ପୂରଣ ନକଲେ ଏହି ଧାରଣାକୁ ବ୍ୟାପକ କରାଯିବାକୁ ନାଗରିକ ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details