ଓଡିଶା

odisha

ETV Bharat / bharat

10 ବର୍ଷରେ ବଢିଛି ରାହୁଲଙ୍କ 10 ଗୁଣା ସମ୍ପତ୍ତି

ଗତ 10 ବର୍ଷ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି 10 ଗୁଣା ବଢିଛି। ଏଡିଆର ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ସାମ୍ନାକୁ ଆସିଛି।

By

Published : Mar 2, 2019, 3:08 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ପ୍ରୟାଗରାଜ: 10 ବର୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି 10 ଗୁଣା ବୃଦ୍ଧି ପାଇଛି। ଖାଲି ରାହୁଲ ଗାନ୍ଧୀ ନୁହେଁ ସମାଜବାଦୀ ପାଟିର ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବଙ୍କ ସମ୍ପତ୍ତି ମଧ୍ୟ 13 ଗୁଣା ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଏଡିଆର ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଏଥିରେ କୁହାଯାଇଛି, ଗତ 2004 ମସିହାରେ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି 55.28 ଲକ୍ଷରୁ ବୃଦ୍ଧି ପାଇ 2014ରେ ତାହା 9.40 କୋଟିରେ ପହଞ୍ଚିଛି। ଏଥିସହ ମୁଲାୟମ ସିଂହ ଯାଦବଙ୍କ ସମ୍ପତ୍ତି 13 ଗୁଣା ବୃଦ୍ଧି ପାଇଛି। ସେହିପରି ସୋନିଆ ଗାନ୍ଧୀଙ୍କ ସମ୍ପତ୍ତି ମଧ୍ୟ 10 ଗୁଣା ବୃଦ୍ଧି ପାଇଛି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ସମ୍ପତ୍ତିରେ 5 ଗୁଣା ବୃଦ୍ଧି ପାଇଛି।

ଏପରିକି ଉତ୍ତରପ୍ରଦେଶରେ ଯେଉଁ ସାଂସଦ ଲଗାତାର 3 ଥର ସାଂସଦ ହୋଇସାରିଛନ୍ତି ସେମାନଙ୍କ ସମ୍ପତ୍ତି ଅନେକ ମାତ୍ରାରେ ବୃଦ୍ଧି ପାଇଛି ବୋଲି ଏଡିଆର ପକ୍ଷରୁ ସୂଚନା ଦିଆଯାଇଛି।

ABOUT THE AUTHOR

...view details