ଓଡିଶା

odisha

ETV Bharat / bharat

ଓନ୍‌ଜିସିର ଲାଭ 32 ପ୍ରତିଶତ ହ୍ରାସ

ଭାରତ ସରକାରଙ୍କ ଅଧିକୃତ ଓନ୍‌ଜିସିର ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଲାଭ ପରିମାଣ 32 ପ୍ରତିଶତ ହ୍ରାସ ପାଇଛି ।

By

Published : May 31, 2019, 5:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଭାରତ ସରକାରଙ୍କ ଅଧିକୃତ ଓନ୍‌ଜିସିର ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଲାଭ ପରିମାଣ 32 ପ୍ରତିଶତ ହ୍ରାସ ପାଇଛି। ଏହାର ପୂର୍ବ ଚାରିମାସରେ ଲାଭ ପରିମାଣ 5,915 କୋଟି ରହିଥିବା ବେଳେ ଏଥର 4,045 କୋଟି ରହିଛି। କିନ୍ତୁ 2017-18 ବର୍ଷରେ ନେଟ୍‌ ଲାଭର ପରିମାଣ 34 ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ 2016-17 ବର୍ଷରେ 19,945 କୋଟି ଟଙ୍କା ରହିଥିବା ବେଳେ ନେଟ୍‌ ଲାଭ ଏବେ 26,716 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଚଳିତ ବର୍ଷ 125 ପ୍ରତିଶତ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡକୁ କମ୍ପାନୀ ଘୋଷଣା କରିଥିବା ବେଳେ ବୋର୍ଡ ଅଫ ଡିରେକ୍ଟରସ୍‌ ପକ୍ଷରୁ 15 ପ୍ରତିଶତ ଡିଭିଡେଣ୍ଡ ସୁପାରିଶ କରାଯାଇଥିଲା । ତେଣୁ 2019 ଆର୍ଥିକ ବର୍ଷରେ ସମୁଦାୟ 125 ପ୍ରତିଶତ ଡିଭିଡେଣ୍ଡକୁ ଗ୍ରହଣ କରାଯାଇଥିବା ବେଳେ ଗତବର୍ଷ ଏହା 132 ପ୍ରତିଶତ ରହିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଓନ୍‌ଜିସି ଭାରତର ବୃହତ୍‌ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କମ୍ପାନୀ । ଭାରତୀୟ ତୈଳବଜାରକୁ ଏହାର 70 ପ୍ରତିଶତ ଅବଦାନ ରହିଛି।

ABOUT THE AUTHOR

...view details