ଭୋପାଳ: ମଧ୍ୟପ୍ରଦେଶର ଜଣେ ପ୍ରଫେସରଙ୍କୁ ବିଜେପିର ବିଜୟକୁ ନେଇ କରିଥିବା ଭବିଷ୍ୟବାଣୀ ମହଙ୍ଗା ପଡିଛି ।
ଉଜୈନର ବିକ୍ରମ ବିଶ୍ବବିଦ୍ୟାଳୟର ପ୍ରଫେସର ରାଜେଶ୍ବର ଶାସ୍ତ୍ରୀ ନିଜ ଫେସବୁକ ପେଜରେ ବିଜେପି 300ରୁ ଅଧିକ ଆସନ ଜିତିବା ନେଇ ଭବିଷ୍ୟବାଣୀ କରିବା ନିଲମ୍ବିତ ହୋଇଛନ୍ତି ।

ଜ୍ୟୋର୍ତିବିଜ୍ଞାନ ଅଧ୍ୟୟନଶାଳାର ଅଧ୍ୟକ୍ଷ ରାଜେଶ୍ବର ଏପ୍ରିଲ 28 ତାରିଖରେ ବିଜେପି 300ରୁ ଅଧିକ ଆସନରେ ବିଜୟଲାଭ କରିବା ନେଇ ପୋଷ୍ଟ କରିଥିଲେ । ଏହାକୁ ଆଚାର ସଂହିତାର ଉଲଙ୍ଘନ ମାନି ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜେଶ୍ବରଙ୍କୁ ନିଲମ୍ବନ କରାଯାଇଛି ।
ଅନ୍ୟପକ୍ଷରେ ଏହି ମାମଲାକୁ କହିବାର ଅଧିକାର ଉପରେ ଅଙ୍କୁଶ ଲଗାଯାଉଥିବା ପ୍ରଦେଶ ବିଜେପି କହିଛି । ବିଭିନ୍ନ କ୍ଷେତ୍ରରେ ଜ୍ୟୋତିଷ ଆକଳନ ଜ୍ୟୋର୍ତିବିଜ୍ଞାନ କରିବା ପ୍ରଧ୍ୟାପକଙ୍କ ଅଧ୍ୟୟନ ଓ ଅଧ୍ୟାପନାର ଏକ ଅଭିନ୍ନ ଅଙ୍ଗ ହୋଇଥିବାବେଳେ ଏପରି କ୍ଷେତ୍ରରେ ରାଜେଶ୍ବରଙ୍କୁ ନିଲମ୍ବନ କରିବା ଅନୁଚିତ ବୋଲି ବିଜେପି କହିଛି । ଏଥି ସହିତ ନିଲମ୍ବନ ଆଦେଶକୁ ଶୀଘ୍ର ରଦ୍ଦ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।