ଓଡିଶା

odisha

ETV Bharat / bharat

‘ସତ ଲୁଚାଉଛି ବିଜେପି ସରକାର’

ଚାଷୀ ଆତ୍ମହତ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅଧିକ ପଢନ୍ତୁ...

‘ସତକୁ ଡରୁଛି ବିଜେପି ସରକାର’

By

Published : Nov 11, 2019, 11:40 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଚାଷୀ ଆତ୍ମହତ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀ ଆତ୍ମହତ୍ୟାକୁ ନେଇ ଆସିଥିବା ରିପୋର୍ଟରେ ମୋଦି ସରକାର ଟାମ୍ପରିଂ କରିଥିବା ସେ ଅଭିଯୋଗ କରିଛନ୍ତି । ରିପୋର୍ଟରେ ଭୁଲ ତଥ୍ୟ ସହ ସତକୁ ଚାପି ଦିଆଯାଇଥିବା କହିଛନ୍ତି ।

ପ୍ରିୟଙ୍କା କହିଛନ୍ତି ଯେ, ନିକଟରେ ଜାରି ହୋଇଥିବା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରେ କୃଷକଙ୍କ ଆତ୍ମହତ୍ୟା ଉପରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ପ୍ରଥମ ଥର ରିପୋର୍ଟରେ ସମସ୍ତ ରାଜ୍ୟର ରେକର୍ଡ ନାହିଁ । ଏନେଇ କଂଗ୍ରେସ ମହାସଚିବ ଟ୍ବିଟ କରି ଲେଖିଛନ୍ତି ଯେ ବିଜେପି ସରକାର ସତକୁ କାହିଁକି ଡରୁଛନ୍ତି ?

‘ସତକୁ ଡରୁଛି ବିଜେପି ସରକାର’

ମୋଦି ସରକାରରେ କୃଷକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି । ମାତ୍ର ଏହାର ସମାଧାନ କରିବା ବଦଳରେ ଏହି ଆତ୍ମହତ୍ୟା ରିପୋର୍ଟକୁ ଲୁଚାଯାଉଛି । ଏଥିରେ ଭୁଲ ତଥ୍ୟ ପ୍ରଦାନ କରି ଏହାକୁ ଚପାଇବାକୁ ଚେଷ୍ଟା କରାଯାଉଛି । ପ୍ରକୃତରେ ସତକୁ ଡରିଯାଇଛି ବିଜେପି । ଏହାସହ ସେ କୃଷକକୁ ଉଚିତ ମୂଲ୍ୟ, ସୁବିଧା ଏବଂ ସମ୍ମାନ ଦେବା ସହ ସେମାନଙ୍କୁ ମଜବୁତ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ନିଜର ଆଉ ଏକ ଟ୍ବିଟରେ ସେ ପିଆଜକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏନେଇ ସେ ଲେଖିଥିଲେ, କୃଷକଙ୍କ ଏପରି ଦୁର୍ଦ୍ଦଶା ଲାଗି ମୋଦି ସରକାର ଦାୟୀ । ମାର୍କେଟରେ କିଲୋ ପ୍ରତି 100 ଟଙ୍କାରେ ବିକ୍ରି ହେଉଛି ପିଆଜ । କିନ୍ତୁ ଚାଷୀଙ୍କଠାରୁ କିଲୋ ପ୍ରତି 8 ଟଙ୍କାରେ କିଣାଯାଉଛି । ପିଆଜର ବଢୁଥିବା ଦାମକୁ ରୋକିବା ପାଇଁ ବାହାରୁ ପିଆଜ ଆମଦାନୀ କରାଯାଉଛି । ମାତ୍ର ଆମ କୃଷକଙ୍କୁ ଉଚିତ ଦାମ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details