ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଲୋଧୀ ଇଷ୍ଟେଟ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ କହିଲେ ମୋଦି ସରକାର । ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବଙ୍ଗଳା ଅଗଷ୍ଟ 1 ସୁଦ୍ଧା ଖାଲି କରିବାକୁ ପଡିବ । ଏସପିଜି ସୁରକ୍ଷା ହଟିଥିବାରୁ ପ୍ରିୟଙ୍କାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ । ତେବେ ଏନେଇ ତାଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି ।
ସରକାରୀ ବଙ୍ଗଳା ଖାଲି କରିବେ ପ୍ରିୟଙ୍କା, ମିଳିଲା ନୋଟିସ
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଲୋଧୀ ଇଷ୍ଟେଟ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବେ । ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବଙ୍ଗଳା ଅଗଷ୍ଟ 1 ସୁଦ୍ଧା ଖାଲି କରିବାକୁ ପଡିବ ।ଅଧିକ ପଢନ୍ତୁ...
ଗୃହ ଏବଂ ନଗର ମନ୍ତ୍ରଣାଳୟ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ ଜାରି ହୋଇଛି । ସେ ବର୍ତ୍ତମାନ ନିଜ ପରିବାର ସହ ନୂଆଦିଲ୍ଲୀର ଲୋଧୀ ଇଷ୍ଟେଟରେ ଟାଇପ୍ 68 ଘର ନଂ 35 ରେ ରହୁଛନ୍ତି । ତେବେ ପ୍ରିୟଙ୍କା ଏହି ନୋଟିସର ପାଳନ କରିବେ ବୋଲି ଜଣାପଡିଛି ।ଏସପିଜି ସୁରକ୍ଷା ଅଧିନରେ ଗାନ୍ଧୀ ପରିବାରକୁ ଏହି ବଙ୍ଗଳା ମିଳିଥିଲା । କିନ୍ତୁ ଗତବର୍ଷ କେନ୍ଦ୍ର ସରକାର ପ୍ରିୟଙ୍କାଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳୁଥିବା ଏସପିଜି ସୁରକ୍ଷା ହଟାଇ ସେମାନଙ୍କୁ ଜେଡ ପ୍ଲସ ଶ୍ରେଶୀର ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।
1991 ମେ 21ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଗାନ୍ଧୀ ପରିବାରକୁ ଏସପିଜି ସୁରକ୍ଷା ପ୍ରଦାନ କରାଯାଇଥିଲା । ତେବେ ପ୍ରିୟଙ୍କା ଗନ୍ଧୀ ଯଦି ରାଜ୍ୟସଭା ସଦସ୍ଯ ଭାବରେ ନିର୍ବାଚିତ ହୋଇଥାନ୍ତେ ତାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ପଡିନଥାନ୍ତା ।