ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ଡ୍ରାମାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ବିଜେପି ସମ୍ବିଧାନକୁ ବେଖାତିର କରି କର୍ଣ୍ଣାଟକରେ ଖେଳି ଥିବା ଖେଳକୁ ମହାରାଷ୍ଟ୍ରରେ ଦୋହରାଉଥିବା କହିଛନ୍ତି ସେ ।
ମହାରାଷ୍ଟ୍ରରେ କର୍ଣ୍ଣାଟକ ଖେଳ ଦୋହରାଉଛି ବିଜେପି: ପ୍ରିୟଙ୍କା ଗାନ୍ଧୀ
ବିଜେପି ସମ୍ବିଧାନକୁ ବେଖାତିର କରି କର୍ଣ୍ଣାଟକରେ ଖେଳି ଥିବା ଖେଳକୁ ମହାରାଷ୍ଟ୍ରରେ ଦୋହରାଉଥିବା କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।
ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ସମ୍ବିଧାନକୁ ବେଖାତିର କରି ବିଜେପି କର୍ଣ୍ଣାଟକରେ ଖେଳି ଥିବା ଖେଳକୁ ପୁଣି ଥରେ ମହାରାଷ୍ଟ୍ରରେ ଦୋହରାଉଛି । ଏହି ରାଜ୍ୟରେ 12 ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି । ହେଲେ ସେମାନଙ୍କୁ ବିଜେପି ସରକାର କୌଣସି ପ୍ରକାର ସହାୟତା କରିନାହାଁନ୍ତି । ଆମେ ଜନାଦେଶର ଖୋଲାଖୋଲି ଅପହରଣ ଯୁଗରେ ପହଞ୍ଚିଗଲେଣି କି ବୋଲି ପ୍ରଶ୍ନ କରିଛନ୍ତି ସେ । ’
ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଅଜିତ ପାୱାରଙ୍କ ସହଯୋଗ କ୍ରମେ ଦେବେନ୍ଦ୍ର ଫଡନାଭିସ ସରକାର ଗଠନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଯାହାକୁ ଶିବସେନା-ଏନସିପି-କଂଗ୍ରେସ ବିରୋଧ କରୁଛନ୍ତି । ଫଡନାଭିସଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ନଥାଇ ମଧ୍ୟ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ କେମିତି ଅନୁମତି ଦେଲେ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି 3 ଦଳ।