ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା । ଶୁକ୍ରବାର ରାତି 11.40ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୀଡିତା । ତେବେ ଏହି ଦୁଃଖଦ ଖବର ଶୁଣିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉନ୍ନାଓରେ ପହଞ୍ଚିଛନ୍ତି ।
ଉନ୍ନାଓରେ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧୀ, ପୀଡିତାଙ୍କ ପରିବାରକୁ ଦେଲେ ଆଶ୍ବସନା
ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ଉନ୍ନାଓରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୀଡିତାଙ୍କ ପରିବାରକୁ ଆଶ୍ବାସନା ଦେବା ସହ ସରକାରଙ୍କୁ କଲେ ଟାର୍ଗେଟ୍ ।
ଫାଇଲ ଫଟୋ
ଉନ୍ନାଓରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଆଶ୍ବାସନା ଦେବା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ଆମ ସମସ୍ତଙ୍କ ବିଫଳତା କି ଆମେ ପୀଡିତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ ବୋଲି ଶୋକ ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ଉନ୍ନାଓର ପ୍ରଥମ ଘଟଣା ପରେ କାହିଁକି ସରକାର କୌଣସି କଡା କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହାସହ ପୀଡିତାଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି ।