ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ପ୍ରଚାରରେ ଲାଗିଛନ୍ତି ରାଜନେତା । ଦେଶସାରା ନିଜ ଦଳ ପାଇଁ ମାଗୁଛନ୍ତି ଭୋଟ । ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ଉତ୍ତର ପ୍ରଦେଶ ଛାଡି ଦଳୀୟ ପ୍ରଚାର ପାଇଁ ଆସାମରେ ପହଞ୍ଚିଛନ୍ତି । ସିଲଚର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ଦେବଙ୍କ ପାଇଁ ରୋଡଶୋ’ କରିଛନ୍ତି ପ୍ରିୟଙ୍କା । ଏହି ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି ସେ ।
ପ୍ରଥମ ଥର ପରିବାରକୁ ବାଦ ଦେଇ ରୋଡଶୋ’ କଲେ ପ୍ରିୟଙ୍କା - Silchar
ଆସାମର ସିଲଚର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ଦେବଙ୍କ ପାଇଁ ରୋଡଶୋ’ କରିଛନ୍ତି ପ୍ରିୟଙ୍କା । ଏହି ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି ସେ ।
ସୁସ୍ମିତାଙ୍କ ପାଇଁ ଆସିଛି । ସେ ଆପଣଙ୍କ ପାଇଁ କାମ କରିବେ । ସେ ସର୍ବଦା ଆପଣଙ୍କ ପାଇଁ ସ୍ବରୋତ୍ତଳନ କରିବେ । ଜନସାଧାରଣଙ୍କ ଠାରୁ ସଚେତନ ଆଉ କେହି ନାହାଁନ୍ତି । ଆପଣଙ୍କୁ ପ୍ରତିନିଧି ଚୟନ କରିବାର ଅଧିକାର ଦିଆଯାଇଛି । କିଏ ଆପଣଙ୍କ ପାଇଁ ସଠିକ ହେବେ ତାହା ଆପଣମାନେ ନିଷ୍ପତ୍ତି ନିଅନ୍ତୁ ବୋଲି କଂଗ୍ରେସ ମହାସଚିବ କହିଛନ୍ତି ।
ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି ଯେ ବିଗତ ୫ ବର୍ଷ ମଧ୍ୟରେ ଜନତାଙ୍କ ସମସ୍ୟାର ସମାଧାନ କରିନାହାଁନ୍ତି । ବିଜେପି କ୍ଷମତାରେ ଆସିବା ପରେ ଉତ୍ତର-ପୂର୍ବ ପାଇଁ ସ୍ବତନ୍ତ୍ର ପାହ୍ୟାକୁ ଅଟକାଇ ଦିଆଯାଇଛି । ୟୁପିଏ ସରକାରଙ୍କ ଲୁକ ଇଷ୍ଟ ପଲିସି ଦ୍ବାରା ସିଲଚର ବାଣିଜ୍ୟିକ କେନ୍ଦ୍ର ଭାବେ ପ୍ରତିଷ୍ଠିତ ହେଉଥିଲା । କିନ୍ତୁ ବିଜେପି ଏହାକୁ ମଧ୍ୟ ବନ୍ଦ କରିଦେଇଛି ବୋଲି ପ୍ରିୟଙ୍କା କହିଛନ୍ତି ।