ଓଡିଶା

odisha

ETV Bharat / bharat

'ବ୍ୟବସାୟିକ ଉଦ୍ଦେଶ୍ୟ ରଖି ବେସରକାରୀ ଲ୍ୟାବଙ୍କୁ କୋରୋନା ପରୀକ୍ଷଣ ମନା' - corona news

ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏଟଲା ରାଜେନ୍ଦ୍ରଙ୍କ ଏକ ବଡ ବୟାନ। ବେସରକାରୀ ଲ୍ୟାବ ଗୁଡିକ ବ୍ୟବସାୟୀକ ମନୋବୃତ୍ତି ରଖି ବର୍ତ୍ତମାନ ସ୍ଥିତିରେ କୋରୋନା ପରୀକ୍ଷା କରିବା ଉଚିତ୍ ନୁହେଁ।

'ବ୍ୟବସାୟୀକ ଉଦ୍ଦେଶ୍ୟ ରଖି ବେସରକାରୀ ଲ୍ୟାବକୁ କୋରୋନା ପରୀକ୍ଷା ମନା'
'ବ୍ୟବସାୟୀକ ଉଦ୍ଦେଶ୍ୟ ରଖି ବେସରକାରୀ ଲ୍ୟାବକୁ କୋରୋନା ପରୀକ୍ଷା ମନା'

By

Published : Jun 24, 2020, 11:11 AM IST

ହାଇଦ୍ରାବାଦ: ଦିନକୁ ଦିନ ତେଲେଙ୍ଗାନାରେ ଅଣାୟତ ହେଉଛି କୋରୋନା ସ୍ଥିତି । ଏଭଳି ସମୟରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏଟଲା ରାଜେନ୍ଦ୍ରଙ୍କ ଏକ ବଡ ବୟାନ। ବ୍ୟବସାୟୀକ ମନବୃତ୍ତି ରଖି ବେସରକାରୀ ଲ୍ୟାବରେ କୋରୋନା ରୋଗୀଙ୍କ ପରୀକ୍ଷା କରାଯାଇ ପାରିବ ନାହିଁ।

ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ବେସରକାରୀ ଲ୍ୟାବ ଗୁଡିକ ବ୍ୟବସାୟିକ ମନୋବୃତ୍ତି ରଖି କୋରୋନା ପରୀକ୍ଷା କରିବା ଉଚିତ୍ ନୁହେଁ। କାରଣ ସାଧାରଣ ରକ୍ତ ପରୀକ୍ଷା ଓ କୋରୋନା ଟେଷ୍ଟ ମଧ୍ୟରେ ଅନେକ ତଫାତ ରହିଛି ବୋଲି ଏକ ସ୍ବାସ୍ଥ୍ୟ ବୈଠକକୁ ସମ୍ବୋଧନ କରିବା ସମୟରେ ରାଜେନ୍ଦ୍ର କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ମାନେ କୋଭିଡ୍ ଟେଷ୍ଟ ପାଇଁ ବେସରକାରୀ ଲ୍ୟାବ ଆସୁଛନ୍ତି ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଅନ୍ତୁ। ଏହାସହ ନିଜର ବ୍ୟବସାୟ ପାଇଁ ସେମାନଙ୍କ ଘରେ କିମ୍ବା ଅନ୍ୟ ଉପାୟରେ ପରୀକ୍ଷା କରନ୍ତୁ ନାହିଁ। ଲ୍ୟାବ କର୍ମୀମାନେ ନିଜର ସୁରକ୍ଷା ପାଇଁ ପିପିଇ କିଟ୍ ଅନ୍ୟ କୋଭିଡ୍ ସୁରକ୍ଷା ଉପକରଣ ବ୍ୟବହାର କରିବା ଉଚିତ୍ ବୋଲି ରାଜେନ୍ଦ୍ର ପରାମର୍ଶ ଦେଇଛନ୍ତି।

ସୂଚନା ଥାଉକି, ମଙ୍ଗଳବାର ସୁଦ୍ଧା ତେଲେଙ୍ଗାନାରେ 879 କୋରୋନା ସଂକ୍ରମିତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 9,553ରେ ପହଁଞ୍ଚିଛି। ତେଲେଙ୍ଗାନା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସ୍ବାସ୍ଥ୍ୟ ବୁଲେଟିନର ରିପୋର୍ଟ ଅନୁସାରେ ଏବେ ସୁଦ୍ଧା 5, 109 ସକ୍ରିୟ ମାମଲା ରହିଛି। ସେଥିମଧ୍ୟରୁ 4,224 ଜଣ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ABOUT THE AUTHOR

...view details