ଓଡିଶା

odisha

ETV Bharat / bharat

କୋଭିଡ୍ -19 ରୋଗୀଙ୍କ ପାଇଁ ହୋମ୍ କେୟାର୍-ପ୍ୟାକେଜ୍ , ଏଣିକି ଘର ହେଵ ହସପିଟାଲ୍ !

କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୁସି ଖବର। ହସପିଟାଲ୍ ଯାଇ ଦହଗଞ୍ଜ ହେଵାରୁ ମିଳିବ ମୁକ୍ତି। ଏଣିକି ନିଜ ଘର ଵନିବ ଡାକ୍ତରଖାନା। ଘରୋଇ ଡାକ୍ତରଖାନା ପକ୍ଷରୁ କୋଭିଡ -19ର ସାମାନ୍ୟ ଲକ୍ଷଣ ଦେଖାଦେଲେ, ଘରୋଇ ଚିକିତ୍ସା ପ୍ୟାକେଜ୍ ପ୍ରଦାନ କରିବା ଆରମ୍ଭ କରିଛି।

କୋଭିଡ୍ -19 ରୋଗୀଙ୍କ ପାଇଁ ହୋମ୍ କେୟାର୍-ପ୍ୟାକେଜ୍ , ଏଣିକି ଘର ହେଵ ହସପିଟାଲ୍ !
କୋଭିଡ୍ -19 ରୋଗୀଙ୍କ ପାଇଁ ହୋମ୍ କେୟାର୍-ପ୍ୟାକେଜ୍ , ଏଣିକି ଘର ହେଵ ହସପିଟାଲ୍ !

By

Published : Jun 10, 2020, 1:12 PM IST

ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୁସି ଖବର। ହସପିଟାଲ୍ ଯାଇ ଦହଗଞ୍ଜ ହେଵାରୁ ମିଳିବ ମୁକ୍ତି। ଏଣିକି ନିଜ ଘର ଵନିବ ଡାକ୍ତରଖାନା। ଘରୋଇ ଡାକ୍ତରଖାନା ପକ୍ଷରୁ କୋଭିଡ -19ର ସାମାନ୍ୟ ଲକ୍ଷଣ ଦେଖାଦେଲେ, ଘରୋଇ ଚିକିତ୍ସା ପ୍ୟାକେଜ୍ ପ୍ରଦାନ କରିବା ଆରମ୍ଭ କରିଛି। ଗୁରୁଗ୍ରାମର ମ୍ୟାକ୍ସ ହେଲଥ କେୟାର, ମେଡାଣ୍ଟା ଏବଂ ଫୋର୍ଟିସ୍ ହେଲଥ କେୟାର ସାମାନ୍ୟ ଲକ୍ଷଣ ଥିବା କୋଭିଡ୍ -19 ରୋଗୀଙ୍କୁ ଘରେ ଚିକିତ୍ସା ଯୋଗାଇବା ଆରମ୍ଭ କରିଛି। ଏହି ଚିକିତ୍ସା ପଦ୍ଧତି ହୁଏତ ଡାକ୍ତରଖାନାଗୁଡ଼ିକରେ ଅତ୍ୟଧିକ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ମ୍ୟାକ୍ସ ହେଲଥ୍ କେୟାର ଦ୍ବାରା ଆରମ୍ଭ ହୋଇଥିବା ହୋମ୍ କେୟାର ପ୍ୟାକେଜ୍ ମୂଲ୍ୟ 5000 ଟଙ୍କା (ବିପି ମେସିନ୍ ବିନା) ଏବଂ 7,000 ଟଙ୍କା (ବିପି ମେସିନ୍ ସହିତ) 15 ଦିନ ପାଇଁ ରହିଛି। ଫୋର୍ଟିସ୍ ହେଲଥ କେୟାରର ହୋମ କେୟାର୍ ଯୋଜନାରେ 17 ଦିନ ପାଇଁ 6,000 ଟଙ୍କା ଥିବା ବେଳେ ମେଡାଣ୍ଟାର ପ୍ୟାକେଜ 15 ଦିନ ପାଇଁ 4,900 ରୁ ଆରମ୍ଭ ହୋଇଛି।

ମ୍ୟାକ୍ସ ହେଲଥ୍ କେୟାର ପ୍ୟାକେଜରେ ଏକ ଭିଟାଲ୍ ମନିଟରିଂ କିଟ୍ ଅନ୍ତର୍ଭୁକ୍ତ ଯାହା ରୋଗୀଙ୍କୁ ପଠାଯାଉଛି। ଏଥିରେ ଏକ ଡିଜିଟାଲ୍ ଥର୍ମୋମିଟର, ରକ୍ତରେ ଅମ୍ଳଜାନ ସ୍ତର ମାପିବା ପାଇଁ ଏକ ଅକ୍ସିମିଟର ଏବଂ ଏକ ଡିଜିଟାଲ୍ ବିପି ମାପ ଯନ୍ତ୍ର ରହିଛି। ଗୁରୁତ୍ୱପୂର୍ଣ୍ଣ ନଜର, ଅନୁସରଣ ଏବଂ ମତାମତ ପାଇଁ ଜଣେ ନର୍ସ ରୋଗୀକୁ ଦିନକୁ ଦୁଇଥର ଭେଟିଵେ। ଜଣେ ଡାକ୍ତର ପ୍ରତି କିଛି ଦିନ ରୋଗୀର ସମୀକ୍ଷା କରିବେ।

ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଥକାପଣ ଇତ୍ୟାଦି ଦେଲେ ହସପିଟାଲ୍ ସହିତ ଯୋଗାଯୋଗ କରି ଏହି ସେବା ପାଇ ହେବ। ଫୋର୍ଟିସ୍ ହେଲଥ କେୟାର୍ ପ୍ୟାକେଜରେ ବୋର୍ଡିଂ କଲ୍ ରେ ତାଲିମ ପ୍ରାପ୍ତ କୋରୋନା ଆସିଷ୍ଟାଣ୍ଟଙ୍କ ଦ୍ଵାରା କିପରି ଘରର ବିଚ୍ଛିନ୍ନତା ପ୍ରୋଟୋକଲ୍, ତାପମାତ୍ରା, ହୃଦସ୍ପନ୍ଦନ, ଲକ୍ଷଣ ଏବଂ ନୂତନ ଲକ୍ଷଣ ଯାଞ୍ଚ ପାଇଁ ଆପ୍ ଆଧାରିତ ରିପୋର୍ଟ ପରିଚାଳିତ ହେବ, ତାହାକୁ ବିଚାରକୁ ନିଆଯାଇ ସେବା ପ୍ରଦାନ କରାଯିବ। ଗୋଟିଏ ରୋଗୀକୁ ଚାରିଜଣ ଡାକ୍ତରଙ୍କ ପରାମର୍ଶ, ସାଇକୋଲୋଜିଷ୍ଟ ପରାମର୍ଶ ଏବଂ ଡାଏଟିସିଆନ୍ ପରାମର୍ଶ ସୁବିଧା ଦିଆଯିବ।

ଗୁରୁଗ୍ରାମର ଫୋର୍ଟିସ୍ ମେମୋରିଆଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଜୋନାଲ ନିର୍ଦ୍ଦେଶକ ଡକ୍ଟର ରିତୁ ଗର୍ଗ କହିଛନ୍ତି ଯେ, ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଭିଡିଓ ପରାମର୍ଶ ନଆସିଲେ ସେମାନେ ରୋଗୀ ପାଇଁ ଘର ଛାଡିବାକୁ ପରାମର୍ଶ ଦିଅନ୍ତି ନାହିଁ। ଥରେ ଡାକ୍ତର ସଂକ୍ରମଣ ଏଵଂ ଘରର ସଵିଶେଷ ପ୍ରମାଣପତ୍ର ଦେବା ପରେ ରୋଗୀ ଆମ ହୋମ୍ କେୟାର ପ୍ୟାକେଜରେ ନାମ ଲେଖାଇଥାନ୍ତି। ଯାହାର ମୂଲ୍ୟ 17 ଦିନ ପାଇଁ 6,000 ଟଙ୍କା।

ମେଡାଣ୍ଟା ହୋମ୍ କେୟାର କୋଭିଡ୍ ପ୍ୟାକେଜ ମଧ୍ୟ ଆରମ୍ଭ କରିଛି। କାରଣ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, କୋଭିଡ୍ -19 ର ସାମାନ୍ୟ ମାମଲା ହସ୍ପିଟାଲରେ ରହିବା ଆବଶ୍ୟକ କରିପାରନ୍ତି ନାହିଁ- ଯଦି ଘରେ କ୍ବାରେନଣ୍ଟାଇନ୍ ହେବାର ଆବଶ୍ୟକତା ଥାଏ। 15 ଦିନିଆ ରିମୋଟ୍ ହୋମ କେୟାର ପ୍ୟାକେଜ 4,900 ରୁ ଆରମ୍ଭ ହୋଇ 21,900 ଟଙ୍କା ପର୍ଯ୍ୟନ୍ତ ଯାଉଛି ବୋଲି ଡାକ୍ତର ସୁଶୀଲା କାଟାରିଆ କହିଛନ୍ତି।

21,900 ଟଙ୍କା ମୂଲ୍ୟର ଏକ ସମ୍ପୂର୍ଣ୍ଣ କୋଭିଡ୍ କେୟାର ପ୍ୟାକେଜ୍ ହେଉଛି ଏକ ଭଲ ପ୍ୟାକେଜ୍। ଏବଂ ଏକ କୋଭିଡ୍ ଟେଷ୍ଟ, N-95 ମାସ୍କ, ଗ୍ଲୋଭସ୍, ସାନିଟାଇଜର, ଡିଜିଟାଲ୍ ଥର୍ମୋମିଟର, ବିପି ମେସିନ୍, SPO2, 3 ପ୍ଲାଇ ମାସ୍କ ଏବଂ ଏକ PPE କିଟ୍ ଯୋଗାଇ ଦିଆଯାଉଛି।ମେଡାଣ୍ଟା 9,990 ଟଙ୍କା ମୂଲ୍ୟର ଏକ ଉନ୍ନତ କୋଭିଡ୍ କେୟାର ପ୍ୟାକେଜ୍ ଏଵଂ 11,990 ଟଙ୍କା ମୂଲ୍ୟର ଆଡଭାନ୍ସ ପ୍ଲସ୍ କୋଭିଡ୍ କେୟାର ପ୍ୟାକେଜ ମଧ୍ୟ ଲଞ୍ଚ କରିଛି।

ABOUT THE AUTHOR

...view details