ଓଡିଶା

odisha

ETV Bharat / bharat

ସରକାରଙ୍କ ନିୟମକୁ ଫୁ, ଟିକେଟ ବୁକିଂ ଆରମ୍ଭ କଲେଣି ବେସରକାରୀ ବିମାନ କମ୍ପାନୀ

ବେସରକାରୀ ବିମାନ କମ୍ପାନୀଗୁଡିକ ପୁଣି ଥରେ ଉଭୟ ଘରୋଇ ତଥା ଆନ୍ତର୍ଜାତୀୟ ଯାତ୍ରା ପାଇଁ ବୁକିଂ ଆରମ୍ଭ କରିଛନ୍ତି । ଏହା ବିମାନ ଚଳାଚଳ ନିୟନ୍ତ୍ରକ ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ଆଦେଶକୁ ଉଲ୍ଲଂଘନ କରିଛି ।

By

Published : Apr 27, 2020, 11:07 AM IST

private airlines restart bookings
ବେସରକାରୀ ବିମାନ କମ୍ପାନୀ

ନୂଆଦିଲ୍ଲୀ: ବେସରକାରୀ ବିମାନ କମ୍ପାନୀଗୁଡିକ ପୁଣି ଥରେ ଉଭୟ ଘରୋଇ ତଥା ଆନ୍ତର୍ଜାତୀୟ ଯାତ୍ରା ପାଇଁ ବୁକିଂ ନେବା ଆରମ୍ଭ କରିଛନ୍ତି । ଏହା ବିମାନ ଚଳାଚଳ ନିୟନ୍ତ୍ରକ ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ଆଦେଶକୁ ଉଲ୍ଲଂଘନ କରିଛି । ସରକାରଙ୍କ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ବିମାନ ସେବା ବୁକିଂ ନକରିବାକୁ ଚେତାବନୀ ଦିଆଯାଇଛି ।

ବୁକିଂ ପୁଣି ଆରମ୍ଭ କରିଥିବା ଏୟାରଲାଇନ୍ସରେ ସ୍ପାଇସଜେଟ୍, ଗୋଏୟାର, ଭିଷ୍ଟାରା ଏବଂ ଇଣ୍ଡିଗୋ ଅନ୍ତର୍ଭୁକ୍ତ । ଏପରିକି ମେ 3 ପରେ ଦେଶବ୍ୟାପୀ ଲକଡାଉନ୍ ବୃଦ୍ଧି କରାଯିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ତଥାପି ବୁକିଂ ଆରମ୍ଭ ହୋଇଛି । ସ୍ପାଇସଜେଟ୍ ଏବଂ ଗୋଏୟାର୍ ମେ 16 ରୁ ବୁକିଂ ଆରମ୍ଭ କରିଥିବାବେଳେ ଇଣ୍ଡିଗୋ ଏବଂ ଭିଷ୍ଟାରା ସେମାନଙ୍କ ୱେବସାଇଟ୍ ଅନୁଯାୟୀ ଜୁନ୍ 1 ରୁ ବୁକିଂ ନେଉଛନ୍ତି।

ସମସ୍ତ ବିମାନ ସେବା ଟିକେଟ ବୁକିଂରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍କୁଲାରରେ କୁହାଯାଇଛି ଯେ, ବିମାନ ସେବାଗୁଡିକ ପୁଣି ଆରମ୍ଭ ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ବିଜ୍ଞପ୍ତି ଏବଂ ସମୟ ଦିଆଯିବ। ଇଟିଭି ଭାରତର ଏକ ପ୍ରଶ୍ନ ଉପରେ ଭିଷ୍ଟାରା ମୁଖପାତ୍ର କହିଛନ୍ତି, ଆମେ ଜୁନ୍ 1 ରୁ ବୁକିଂ ନେଉଛୁ। ଏହି ପ୍ରସଙ୍ଗରେ ଆମେ ଆଉ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ।

ବିମାନ ଅଧିକାରୀଙ୍କ ମତରେ, ‘ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଯଦି ଆମେ କୌଣସି ବୁକିଂ ନେଉନାହୁଁ, ତେବେ ଡିସେମ୍ବର ମାସ ପାଇଁ ଆମେ କୌଣସି ଫରୱାର୍ଡ ବୁକିଂ ନେଇ ପାରିବୁ ନାହିଁ। ଏସବୁ ଦେଖିଲେ ଏହା କମ୍ପାନୀ ପାଇଁ ଏକ ବଡ କ୍ଷତି ହେବ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୁକିଂ ଲକ୍ କରିପାରିବ ନାହିଁ ’।

ଅନ୍ୟପକ୍ଷେ ଏୟାରପୋର୍ଟ ଗୁଡିକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମୁମ୍ବାଇ ବିମାନବନ୍ଦର ମଧ୍ୟ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିର ଏକ ସେଟ୍ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ସାମାଜିକ ଦୂରତା, ଥର୍ମାଲ୍ ସ୍କ୍ରିନିଂ, ଅସ୍ଥାୟୀ କ୍ବାରେନଟାଇନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଦିଲ୍ଲୀ ବିମାନବନ୍ଦର କହିଛି ଯେ ପ୍ରତି ଘଣ୍ଟାରେ ବାରମ୍ବାର ଡିଜେନ୍ସିଫିକେସନ୍ କରିବା ପାଇଁ ଏହା 500 ପ୍ରଫେସନାଲଙ୍କ ଏକ ଟିମ୍ ନିୟୋଜିତ କରିବ।

ଜିଏମଆର କର୍ପୋରେଟ ଯୋଗାଯୋଗ ମୁଖ୍ୟ ତୁଷାର ମକ୍କର ଇଟିଭି ଭାରତଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ବୁକିଂ ଆରମ୍ଭ କରିବା ଏୟାରଲାଇନ୍ସର ନିଷ୍ପତ୍ତି। କିନ୍ତୁ ଡିଜିସିଏ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ମକ୍କର କହିଛନ୍ତି।

କୋରୋନା ଭାଇରସ ମହାମାରୀ କାରଣରୁ ଲକଡାଉନ୍ ପଡିଥିବାରୁ ବିମାନ ଚଳାଚଳ ଶିଳ୍ପ ଅନିଶ୍ଚିତତାର ସମ୍ମୁଖୀନ ହୋଇଛି। ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (IATA) ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ବିମାନ ଚଳାଚଳରେ ଚାକିରି କ୍ଷେତ୍ରରେ ସବୁଠାରୁ ଅଧିକ କ୍ଷତି ହେବ, 29 ଲକ୍ଷରୁ ଅଧିକ ଚାକିରି ଉପରେ ଏହାର ପ୍ରଭାବ ପଡିପାରେ ଏବଂ ଦେଶର ଏହି କ୍ଷେତ୍ରର ରାଜସ୍ବ 11,221 ଆମେରିକୀୟ ଡଲାର୍ ହ୍ରାସ ପାଇପାରେ ।

ABOUT THE AUTHOR

...view details