ଓଡିଶା

odisha

ETV Bharat / bharat

ଭାରତ ଫେରିଲେ ମୋଦି - modi

ଔପଚାରିକ ଭାବେ ସମାପ୍ତ ହୋଇଛି ଜାପାନର ଓସାକାରେ ଆୟୋଜିତ ଜି-20 ସମ୍ମିଳନୀ । ଶେଷ ହେବାପରେ ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Jun 29, 2019, 8:17 PM IST

Updated : Jun 30, 2019, 12:01 AM IST

ନୂଆଦିଲ୍ଲୀ: ଔପଚାରିକ ଭାବେ ସମାପ୍ତ ହୋଇଛି ଜାପାନର ଓସାକାରେ ଆୟୋଜିତ ଜି-20 ସମ୍ମିଳନୀ । ତେବେ ସମ୍ମିଳନୀ ଶେଷ ହେବା ପରେ ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ବର ଅନେକ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସମ୍ମିଳନୀରେ ସେ ବିଶ୍ୱର ଅର୍ଥନୀତି, ପଳାତକ ଆର୍ଥିକ ଅପରାଧୀ ଏବଂ ବିଶ୍ବର ବିପତ୍ତିକାଳୀନ ପ୍ରବନ୍ଧନ ସମ୍ବନ୍ଧରେ ଚର୍ଚ୍ଚା କରିଛନ୍ତି ।

ତେବେ ସମ୍ମିଳନୀର ଅନ୍ତିମ ଅଧିବେଶନରେ ମୋଦି ଜି-୨୦ର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରଙ୍କୁ ବିଶ୍ବ ବିପତ୍ତିକାଳୀନ ପ୍ରବନ୍ଧନ ମହାମେଣ୍ଟରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛନ୍ତି । ଆପତ୍ତିକାଳୀନ ପାଇଁ ଶୀଘ୍ର ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କାରଣ ଏହା ଗରିବଙ୍କୁ ବେଶି ପ୍ରଭାବିତ କରିଥାଏ । ଏହା ଦେଶର ବିକାଶ ସହ ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ଜରୁରୀ ହୋଇଥାଏ ବୋଲି ମୋଦି କହିଛନ୍ତି ।

ତେବେ ମୋଦି ସମ୍ମିଳନୀରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କ ସହ ଏକ ବୈଠକ କରିଛନ୍ତି । ସେ ଭାରତ ଏବଂ ଇଣ୍ଡୋନେସିଆର ସହଯୋଗିତା ଏବଂ ସମ୍ବନ୍ଧ ମଜବୁତ କରିବା ବିଷୟରେ ଚର୍ଚ୍ଚା କରିଛନ୍ତି ବୋଲି ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ଟ୍ବିଟ କରି ଜଣାଇଛନ୍ତି ।

Last Updated : Jun 30, 2019, 12:01 AM IST

ABOUT THE AUTHOR

...view details