ଓଡିଶା

odisha

ETV Bharat / bharat

ଜାତିସଙ୍ଘରେ ମୋଦିଙ୍କ ମୁହଁରୁ ଅଧିକ ଥର ବାହାରିଥିବା ଶବ୍ଦ... - ଜାତିସଙ୍ଘ

ଜାତିସଙ୍ଘର 74ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ 25 ଥର ଭାରତ ଶବ୍ଦର ବ୍ୟବହାର କରିଛନ୍ତି । ଭାରତୀୟ ସଂସ୍କୃତି, ପରମ୍ପରା ଓ ବିକାଶର କଥା କହିଛନ୍ତି ମୋଦି ।

ଡିଜାଇନ ଫଟୋ

By

Published : Sep 29, 2019, 8:37 AM IST

ହାଇଦ୍ରାବାଦ: "ହୈ ପ୍ରିତ ଜାହାଁ କି ରୀତ ସଦା, ମେ ଗୀତ ଓ୍ବାହାଁ କେ ଗାତା ହୁଁ...
ମେ ଭାରତ କା ରହନେ ଓ୍ବାଲା ହୁଁ, ଭାରତ କି ବାତ ସୁନତା ହୁଁ ।"

ପ୍ରଛଦପଟ୍ଟ ଗାୟକ ମହେନ୍ଦ୍ର କପୁରଙ୍କ କଣ୍ଠରୁ ଏହି ସଙ୍ଗୀତର ଝଲକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତ୍ୟେକ ଭାଷଣରେ ଶୁଣିବାକୁ ମିଳିଥାଏ । ହୋଷ୍ଟନର ଏନଆରଜି ଷ୍ଟାଡିୟମ ହେଉ କି ନ୍ୟୁୟର୍କରେ ଥିବା ଜାତିସଙ୍ଘ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ସବୁବେଳେ ଭାରତର କଥା ହିଁ କହିଛନ୍ତି । ଭାରତର ପୂରାତନ ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ବ ମଞ୍ଚରେ ସର୍ବଦା ଉପସ୍ଥାପନ କରିଆସିଛନ୍ତି ମୋଦି । ବିଶ୍ବର ସବୁଠୁ ବଡ ମଞ୍ଚ ଜାତିସଙ୍ଘରେ ମୋଦି ଦେଇଥିବା ଭାଷଣରେ ସବୁଠୁ ଅଧିକ ଥର ଯଦି କେଉଁ ଶବ୍ଦର ବ୍ୟବହାର କରିଥାନ୍ତି, ତାହା ହେଉଛି 'ଭାରତ' ।

ଶୁକ୍ରବାର ଜାତିସଙ୍ଘର 74ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ସବୁଠାରୁ ଅଧିକ ଥର 'ଭାରତ' ଶବ୍ଦର ବ୍ୟବହାର କରିଛନ୍ତି । 17 ମିନିଟର ଏହି ଭାଷଣରେ ମୋଦି 25 ଥର ଭାରତ ଶବ୍ଦ କହିଛନ୍ତି । ଭାରତର ବିକାଶ ଓ ସରକାରଙ୍କ ଯୋଜନାର କଥା କହିଛନ୍ତି ମୋଦି ।

ସେହିପରି ମୋଦି ନିଜ ଭାଷଣରେ 7 ଥର 'ବିକାଶ' ଶବ୍ଦର ବ୍ୟବହାର କରିଛନ୍ତି । ସେ ଭାତର ବିକାଶର ରୋଡ ମ୍ୟାପ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ଜାତିସଙ୍ଘରେ ଥରେ ହେଲେ ବି ପାକିସ୍ତାନର ନାମ ନେଇ ନାହାଁନ୍ତି ସତ ହେଲେ ଆତଙ୍କବାଦ ବିରୁଦ୍ଧରେ କଡା ସନ୍ଦେଶ ଦେଇଛନ୍ତି । ଗୋଟିଏ ପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କାଶ୍ମୀରକୁ ନେଇ ମିଛ କାନ୍ଦ କାନ୍ଦୁଥିବା ବେଳେ ମୋଦି କିନ୍ତୁ ନିଜ 17 ମିନିଟର ଭାଷଣରେ ଭାରତର କଥାକୁ ସାରା ବିଶ୍ବ ନିକଟରେ ପହଞ୍ଚାଇଛନ୍ତି ।

ABOUT THE AUTHOR

...view details