ଲକ୍ଷ୍ନୌ: ରାମ ଜନ୍ମଭୂମି ପରିସରରେ ଦିବ୍ୟ ପାରିଜାତ ବୃକ୍ଷ ରୋପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଭୂମି ପୂଜନ ଅବସରରେ ଏହି ବୃକ୍ଷ ଲଗାଯାଇଛି । ହିନ୍ଦୁ ଧର୍ମରେ ପାରିଜତ ଏକ ଇଶ୍ୱରୀୟ ବୃକ୍ଷ ଭାବରେ ପରିଗଣିତ ହୁଏ । ଆଉ ଏହି ବୃକ୍ଷ ସବୁ ମନୋକାମନାକୁ ପୂରଣ କେ ବୋଲି ବିଶ୍ବାସ ରହିଛି ।
ରାମ ଜନ୍ମଭୂମି ପରିସରରେ ଦିବ୍ୟ ପାରିଜାତ ବୃକ୍ଷ ଲଗାଇଲେ ପିଏମ ମନ୍ଦିର ପରିସରରେ ବୃକ୍ଷ ରୋପଣ ସମୟରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏହି ପାରିଜାତ ଉଦ୍ଭିଦକୁ ସ୍ୱତନ୍ତ୍ର ପ୍ରଣାଳୀରେ ଲଗାଇଛନ୍ତି । ବୃକ୍ଷ ପାଖରେ ଏକ ପାତ୍ର ରଖାଯାଇଛି, ଏଥିରେ ପିଏମ ପାଣି ଭର୍ତ୍ତି କରିଥିଲେ । ବର୍ତ୍ତମାନ ଏହି ପାତ୍ରରେ ରଖାଯାଇଥିବା ପାଣି ବୃକ୍ଷ ମୂଳରେ ପହଞ୍ଚିବ ।
ରାମ ଜନ୍ମଭୂମି ପରିସରରେ ଦିବ୍ୟ ପାରିଜାତ ବୃକ୍ଷ ଲଗାଇଲେ ପିଏମ ଧାର୍ମିକ ବିଶ୍ୱାସ ଅନୁଯାୟୀ ଧନର ଦେବୀ ଲକ୍ଷ୍ମୀ ପାରିଜାତ ଫୁଲକୁ ବେଶ ଭଲ ପାଆନ୍ତି। ପୂଜା ପାଠ ସମୟରେ ଏହି ଫୁଲକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ମାତା ଖୁସି ହେବା ସହ ଆଶୀର୍ବାଦ ଓ ଏୈଶ୍ବର୍ଯ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ବାସ ରହିଛି ।
ବିଶେଷ କଥା ହେଉଛି ଗଛରୁ ଖସି ପଡିଥିବା ପାରିଜାତ ଫୁଲଗୁଡ଼ିକ ପୂଜାରେ ବ୍ୟବହୃତ ହୋଇଥାଏ । ଗଛରୁ ଏହି ଫୁଲକୁ ତୋଳିବା ନିଷେଧ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ପାରିଜାତ ବୃକ୍ଷ ସମଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲା, ଯାହା ଇନ୍ଦ୍ର ତାଙ୍କ ଉଦ୍ୟାନରେ ଲଗାଇଥିଲେ।
ତେବେ ପ୍ରଧାନମନ୍ତ୍ରୀ ପୂର୍ବରୁ ବୃକ୍ଷକୁ ନେଇ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ସେ ସର୍ବଦା ବୃକ୍ଷରୋପଣ କରିବାକୁ କୁହନ୍ତି । ଯେତବେଳେ ସେ ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତବେଳେ କମ ବର୍ଷା ହେଉଥିବା କ୍ଷେତ୍ରରେ କିପରି ବୃକ୍ଷରୋପଣ କରାଯିବ ସେନେଇ ମୋଦି ସୋସିଆଲ ମିଡିଆରେ ଉପାୟ ଦେଇଥିଲେ।