ନୂଆଦିଲ୍ଲୀ: ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବାହାରିନ ଯାତ୍ରା ସାରି ସ୍ବଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସରେ ଆୟୋଜିତ ଜି-7 ସମ୍ମିଳନୀରେ ଯୋଗ ଦେବା ପରେ ନୂଆଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ସେ । ମୋଦିଙ୍କ ଏହି ଗସ୍ତ କୂଟନୈତିକ ଏବଂ ଦ୍ଵିପାକ୍ଷିକ ସଂପର୍କ ଦୃଷ୍ଟିରୁ ସଫଳ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।
ତ୍ରିରାଷ୍ଟ୍ରୀୟ ଯାତ୍ରା ସାରି ସ୍ବଦେଶ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି - narendra modi
ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବାହାରିନ ଯାତ୍ରା ସାରି ସ୍ବଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଯାତ୍ରାରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଅନ୍ୟ ଦେଶର ବଡ ବଡ ନେତାଙ୍କ ସହ ସାକ୍ଷାତ କରିବା ସହ ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହା ସହିତ ସେ ଏହି ତିନୋଟି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ ଏବଂ ମୋଦି ସରକାରଙ୍କ ଉପଲବ୍ଧି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ । ସଂଯୁକ୍ତ ଆରବ ଇମିରେଟ୍ସରେ ମୋଦି ସେଠାକାର ସର୍ବୋଚ୍ଚ ନାଗରିକ ପୁରଷ୍କାର 'ଅର୍ଡର ଅଫ ଜାୟଦ' ରେ ସମ୍ମାନିତ ହୋଇଛନ୍ତି । ୟୁଏଇର କ୍ରାଉନ ପ୍ରିନ୍ସ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବାହାରିନର ୨୦୦ ବର୍ଷର ସବୁଠୁ ପୁରୁଣା ମନ୍ଦିର ଶ୍ରୀନାଥଜି ମନ୍ଦିରର ପୁର୍ନବିକାଶ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । 42 ଲକ୍ଷ ଡଲାରର ବ୍ୟୟରେ ମୋଦି ଏହି ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।