ଓଡିଶା

odisha

ETV Bharat / bharat

ନୂଆ ସରକାର ନୂଆ ଆରମ୍ଭ, ପ୍ରଥମ ମାଳଦ୍ବୀପ ଗସ୍ତରେ ମୋଦି !

ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯିବେ ମୋଦି । ତେବେ ତାଙ୍କର ପ୍ରଥମ ଗସ୍ତ ମାଳଦ୍ବୀପ ହେବ ବୋଲି ଜଣାପଡ଼ିଛି । ଜୁନ ମାସ ପ୍ରଥମ ସପ୍ତାହରେ ମୋଦି ଗସ୍ତ କରିପାରନ୍ତି ବୋଲି ସୂଚନା ରହିଛି ।

By

Published : May 27, 2019, 10:43 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିପୁଳ ମାତ୍ରାରେ ବିଜୟ ଲାଭ କରିବା ପରେ ମୋଦି ଆସନ୍ତା 30 ତାରିଖରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଶପଥ ନେବା ପରେ ଜୁନ ମାସ ପ୍ରଥମ ସପ୍ତାହରେ ବିଦେଶ ଗସ୍ତରେ ଯାଇ ପାରନ୍ତି । ତେବେ ଦ୍ବିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ବ ନେବା ପରେ ତାଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ । ପ୍ରଥମ ଗସ୍ତରେ ସେ ମାଳଦ୍ବୀପ ଯିବେ ବୋଲି ଜଣାପଡ଼ିଛି ।

ଭାରତର ପଡୋଶୀରେ ଏକମାତ୍ର ଦେଶ ମାଳଦ୍ବୀପ, ଯେଉଁଠିକୁ ମୋଦି ନିଜର 5 ବର୍ଷ କାର୍ଯ୍ୟକାଳରେ ଗସ୍ତ କରିନଥିଲେ । ତେବେ ଶପଥ ଗ୍ରହଣର ଦ୍ବିତୀୟ ସପ୍ତାହରେ ଏହି କାର୍ଯ୍ୟକ୍ରମ ହୋଇପାରେ।

ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ, ଏନେଇ ଆସନ୍ତା ସପ୍ତାହରେ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ହୋଇପାରେ ।

ଏଠାରେ ସୂଚନାଯୋଗ୍ୟ, ମାଳଦ୍ବୀପ ଆମର ସବୁଠାରୁ ନିକଟତର ଭାରତୀୟ ମହାସାଗରୀୟ କ୍ଷେତ୍ର ଅଟେ । ଏହାସହ ଭାରତର ସାମୁଦ୍ରିକ କ୍ଷେତ୍ରର ସୁରକ୍ଷାକୁ ଦୃଷ୍ଟିର ଏହା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି ।

ABOUT THE AUTHOR

...view details