ଓଡିଶା

odisha

ETV Bharat / bharat

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ସ୍ବର୍ଗତଃ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁ ଭାଇ ପଟେଲଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ 2 ଦିନିଆ ଗୁଜୁରାଟ ଗସ୍ତରେ ରହିଛନ୍ତି ମୋଦି। ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ। ଅଧିକ ଖବର ପଢନ୍ତୁ...

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ
ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

By

Published : Oct 30, 2020, 10:39 AM IST

ଅହମ୍ମଦାବାଦ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଶୁକ୍ରବାର) ସକାଳେ ଅହମ୍ମଦାବାଦ ଅଭିମୁଖେ ବାହାରିବା ସହ ଗୁଜୁରାଟରେ ପହଁଞ୍ଚି ସାରିଲେଣି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ସମୟରେ ମୋଦି ସ୍ବର୍ଗତଃ ପୂବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଏହାପରେ ମୋଦି କେଭଡିଆ ଏବଂ ଅହମ୍ମଦାବାଦ ମଧ୍ୟରେ ପ୍ରସିଦ୍ଧ ସାମୁଦ୍ରିକ ସେବା ସମେତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଅକ୍ଟୋବର 31 ରେ ଷ୍ଟାଚ୍ୟୁ ଅଫ୍ ୟୁନିଟ ପରିଦର୍ଶନ କରିବା ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 145 ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅକ୍ଟୋବର 30 ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି କେଭାଡିଆରେ ପହଞ୍ଚିବେ ।

ପ୍ରଧାନମନ୍ତ୍ରୀ ପ୍ରଥମେ ଭାରତର "ଆଇରନ୍ ମ୍ୟାନ୍" ପାଇଁ ଉତ୍ସର୍ଗୀକୃତ 182 ମିଟର ଉଚ୍ଚତା ବିଶିଷ୍ଟ "ଷ୍ଟାଚ୍ୟୁ ଅଫ୍ ୟୁନିଟି" ନିକଟରେ ବିକଶିତ ହୋଇଥିବା ଜଙ୍ଗଲ ସଫାରି ନାମରେ ଜଣାଶୁଣା ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିବେ । ଏହି ପ୍ରାଣୀ ଉଦ୍ୟାନରେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ବଣୁଆ ଜନ୍ତୁ ଏବଂ ପକ୍ଷୀମାନେ ବାସ କରନ୍ତି |

ଏହାପରେ, ପ୍ରଧାନମନ୍ତ୍ରୀ ଏକ ବୋଟ ସେବା ଉଦଘାଟନ କରିବେ । ଯାହାକି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ 4 କିଲୋମିଟର ଦୂରରେ ଥିବା ପ୍ରତିମୂର୍ତ୍ତି ଏବଂ ଶ୍ରେଷ୍ଠ ଭାରତ ଭବନ ମଧ୍ୟରେ ଥିବା ନର୍ମଦା ନଦୀରେ କାର୍ଯ୍ୟ କରିବ । ଏହାର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ବୋଟରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details