ଓଡିଶା

odisha

ETV Bharat / bharat

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - kovind greets people on Diwali

ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି । ଏହି ପର୍ବ ସମସ୍ତଙ୍କ ଜୀବନରେ ଆହୁରୀ ଉଜ୍ଜ୍ୱଳତା ଓ ସୁଖ ଆଣୁ । ସମସ୍ତେ ସମୃଦ୍ଧ ଏବଂ ସୁସ୍ଥ ହୁଅନ୍ତୁ ବୋଲି ଟ୍ବିଟ ଯୋଗେ ମୋଦି ଶୁଭକାମନା ଜଣାଇଛନ୍ତି । ଅଧିକ ଖବର ପଢନ୍ତି...

ଦୀପାବଳୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ
ଦୀପାବଳୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ

By

Published : Nov 14, 2020, 8:23 AM IST

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳୀ । ଏନେଇ ଉତ୍ସବମୁଖରିତ ସାରା ଦେଶ । କୋରୋନା କାଳରେ ମଧ୍ୟ ଏହାକୁ ଖୁସିରେ ଓ ପ୍ରଦୂଷଣ ମୁକ୍ତ ବନେଇବାକୁ ସମସ୍ତେ ଚେଷ୍ଟିତ । ତେବେ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ପର୍ବ ସମସ୍ତଙ୍କ ଜୀବନରେ ଆହୁରୀ ଉଜ୍ଜ୍ୱଳତା ଓ ସୁଖ ଆଣୁ । ସମସ୍ତେ ସମୃଦ୍ଧ ଏବଂ ସୁସ୍ଥ ହୁଅନ୍ତୁ ବୋଲି ଟ୍ବିଟ ଯୋଗେ ମୋଦି ଶୁଭକାମନା ଜଣାଇଛନ୍ତି ।

ଏହାସହ ଦୀପାବଳିରେ ଦେଶରେ ସୈନିକଙ୍କ ପାଇଁ ଦୀପଟିଏ ଜାଳିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଦେଇଛନ୍ତି । ଯବାନ ମାନେ ଆମ ପାଇଁ ଯାହା କରୁଛନ୍ତି ତାହା ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ । ଯବାନଙ୍କ ପରିବାରକୁ କୃତଜ୍ଞତା ଜଣାଇଲେ ମୋଦି । ଏହି ବାର୍ତ୍ତା ପ୍ରଧାନମନ୍ତ୍ରୀ ତାଙ୍କର ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ।

''ଆମକୁ ସାହାସୀ ବୀର ଯବାନ ମାନଙ୍କୁ ମନେରଖିବାକୁ ପଡିବ । ଯେଉଁମାନେ ଦିନରାତି ପର୍ବ ପର୍ବାଣୀ ଭୁଲି ସୀମାରେ ଜଗି ରହି ଶତ୍ରୁ ସହ ମୁକାବିଲା କରୁଛନ୍ତି । ତେଣୁ ପ୍ରଥମେ ତାଙ୍କୁ ସ୍ମରଣ କରି ପରେ ଦୀପାବଳି ମନେଇବା ଜରୁରୀ । ଏହାସହ ଉତ୍କଳ ମାତାର ଏହି ସୁଯୋଗ୍ୟ ବୀର ସନ୍ତାନମାନଙ୍କ ପାଇଁ ଦୀପ ଜାଳିବାକୁ '' ମୋଦି କହିଛନ୍ତି ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ''ଯବାନ ମାନେ ହେଲେ ଆଗଧାଡିର କୋଭିଡ୍ ଯୋଦ୍ଧା । ଆଜିର ଏହି ଖୁସି ଦିନରେ ଯବାନମାନେ ନିଜ ପରିବାର ଓ ପ୍ରିୟ ଲୋକଙ୍କ ସହ ଘରେ ରହି ଖୁସି ମନାଉନାହାଁନ୍ତି । ସାରା ଦେଶ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଦରକାର । '' ସେହିପରି ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିପାବଳୀ ଭାରତୀୟ ସମାଜର ଏକତାର ପର୍ବ କହିଲେ ରାଷ୍ଟ୍ରପତି ।

ABOUT THE AUTHOR

...view details