ଓଡିଶା

odisha

ETV Bharat / bharat

ନ୍ୟୁ ଇଣ୍ଡିଆରେ ବ୍ୟାନ ପରିବାରବାଦ, ଦୁର୍ନୀତି ଓ ଆତଙ୍କବାଦ - ୟୁନେସ୍କୋ ମୁଖ୍ୟାଳୟ

ନୂଆ ଭାରତରେ ପରିବାରବାଦ, ଦୁର୍ନୀତି ଏବଂ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନୂଆ ଭାରତରେ ଅଟକିବା କିମ୍ବା ଥକିବା ଭଳି ପ୍ରସଙ୍ଗର ପ୍ରଶ୍ନ ଉଠୁନାହିଁ ବୋଲି ଫ୍ରାନ୍ସରେ ମୋଦି କହିଛନ୍ତି ।

ଫାଇଲ ଫଟୋ

By

Published : Aug 23, 2019, 6:58 PM IST

ପ୍ୟାରିସ୍‌: ନୂଆ ଭାରତରେ ପରିବାରବାଦ, ଦୁର୍ନୀତି ଏବଂ ଆତଙ୍କବାଦ ବିରୁଦ୍ଧରେ ପ୍ରଭାବୀ ରୂପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନୂଆ ଭାରତରେ ଅଟକିବା କିମ୍ବା ଥକିବା ଭଳି ପ୍ରସଙ୍ଗର ପ୍ରଶ୍ନ ଉଠୁନାହିଁ । ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଠାରେ ଥିବା ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ଏଭଳି କହିଛନ୍ତି ।

ୟୁନେସ୍କୋ ମୁଖ୍ୟାଳୟରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ମୋଦି ତାଙ୍କ ସରକାରର ଉପଲବ୍ଧି ଗୁଡ଼ିକ ବିଷୟରେ କହିଛନ୍ତି । ସେ କହିଛନ୍ତି, ମାତ୍ର ୭୫ ଦିନର ସରକାର ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପରିବାରବାଦ, ଭ୍ରଷ୍ଟାଚାର, ଭାଇ-ପୁତୁରାବାଦ, ଆତଙ୍କବାଦ ଉପରେ ଯେଉଁଭଳି ରୋକ ଲଗାଇ ଦିଆଯାଇଛି ତାହା ପୂର୍ବରୁ କେବେ ହୋଇ ନ ଥିଲା । ନୂଆ ଭାରତରେ ଅଟକିବା କିମ୍ବା ଥକିବା ଭଳି ପ୍ରସଙ୍ଗର ପ୍ରଶ୍ନ ଉଠୁନାହିଁ ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ଭାରତରେ ଗତ 5 ବର୍ଷରେ ଅନେକ ପରିବର୍ତ୍ତନ ଆସିଛି । ଭାରତର ଯୁବ ଶକ୍ତି, ଗ୍ରାମ, ଦାରିଦ୍ର୍ୟ, ଚାଷୀ ଏବଂ ନାରୀ ଶକ୍ତି ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ । ଭାରତ ୧୩୦ କୋଟି ଜନତାଙ୍କ ବିଶ୍ୱାସକୁ ନେଇ ତୀବ୍ର ଗତିରେ ବିକାଶ ଦିଗରେ ଆଗେଇ ଚାଲିଛି । ଏଥିପାଇଁ ଚଳିତ ଥର ପୁଣି ପୂର୍ବଠାରୁ ଅଧିକ ମାତ୍ରାରେ ଜନାଦେଶ ଦେଇ ଆମ ସରକାରଙ୍କୁ ସମର୍ଥନ କରିଛନ୍ତି । ଏହି ଜନାଦେଶ କେବଳ ସରକାର ଚଳାଇବା ପାଇଁ ନୁହେଁ ବରଂ ନୂଆ ଭାରତର ନିର୍ମାଣ ପାଇଁ ବୋଲି ସେ କହିଛନ୍ତି । ଏହି ନୂଆ ଭାରତର ସମୃଦ୍ଧି, ସଭ୍ୟତା ଏବଂ ସଂସ୍କୃତି ଉପରେ ପୂରା ବିଶ୍ବ ଗର୍ବିତ ।

ଏହା ସହିତ ମୋଦି ଭାରତ ଓ ଫ୍ରାନ୍ସର ବନ୍ଧୁତ୍ବ ସମ୍ପର୍କରେ କହିଛନ୍ତି । ଫ୍ରାନ୍ସ ଏବଂ ଭାରତ ବନ୍ଧୁତ୍ବ ବହୁ ପୁରୁଣା ଅଟେ । ଏମିତି କୌଣସି ବି ପ୍ରସଙ୍ଗ ନାହିଁ ଯେଉଁଥିରେ ଦୁଇ ଦେଶ ପରସ୍ପରକୁ ସମର୍ଥନ କରି ନାହାଁନ୍ତି । ଯେତେବେଳେ ଭାରତ କିମ୍ବା ଫ୍ରାନ୍ସରେ କିଛି ଉପଲବ୍ଧି ହୁଏ ତାହା ହେଲେ ଦୁଇ ଦେଶ ଖୁସି ହୁଅନ୍ତି ବୋଲି ମୋଦି କହିଛନ୍ତି । ତେବେ ଭାରତ ଏବଂ ଫ୍ରାନ୍ସର ବନ୍ଧୁଦ୍ବକୁ ଏକ ନୂଆ ନାମ ମଧ୍ୟ ଦେଇଛନ୍ତି ମୋଦି । ସେ ହେଉଛି ଇନ୍‌ଫ୍ରା । ଇନ୍‌ଫ୍ରାର ଅର୍ଥ ହେଉଛି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ମେଣ୍ଟ ଏବଂ ସହଯୋଗର ପ୍ରତିକ । ଦୁହିଁଙ୍କ ମଧ୍ୟରେ ସୋସିଆଲ ଇନ୍‌ଫ୍ରାଟାରୁ ଆରମ୍ଭ କରି ଟେକନୋଲେଜୀ ଇନ୍‌ଫ୍ରା, ସ୍ପେସ ଇନ୍‌ଫ୍ରା, ଡିଜିଟାଲ ଇନ୍‌ଫ୍ରା ଏବଂ ପ୍ରତିରକ୍ଷା ଇନ୍‌ଫ୍ରା ପର୍ଯ୍ୟନ୍ତ ସହଯୋଗ ରହିଛି ବୋଲି ମୋଦି କହିଛନ୍ତି ।

ABOUT THE AUTHOR

...view details