ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଲକଡାଉନ 4.0ର ଆଜି ପ୍ରଥମ ଦିନ । ମେ 31ରେ ଲକଡାଉନ 4.0ର ଶେଷ ଦିନ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କରିବେ । ଏଥିସହ ମନ କି ବାତ୍ ଜରିୟାରେ ପ୍ରଧାନମନ୍ତ୍ରୀ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଆଶଙ୍କା କରାଯାଉଛି ।
ଲକଡାଉନ 4.0 ଶେଷ ଦିନରେ ‘ମନ କି ବାତ୍’ କରିବେ ପ୍ରଧାନମନ୍ତ୍ରୀ ମୋଦି - ଲକଡାଉନ 4.0
ମେ 31ରେ ଲକଡାଉନ 4.0ର ଶେଷ ଦିନ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କରିବେ । ଏଥିସହ ମନ କି ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 31 ମନ କି ବାତ୍ କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନମୋ ଆପ୍ ଏବଂ ମୋ ସରକାର ଉପରେ ପରାମର୍ଶ ଲୋଡିଛନ୍ତି। ଲକଡାଉନ 4.0 ମେ 31ରେ ଶେଷ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦେଶର ନାଗରିକମାନଙ୍କୁ ପରବର୍ତ୍ତୀ ରଣନୀତି ପାଇଁ ପରାମର୍ଶ ମାଗିଛନ୍ତି।
ପ୍ରକାଶ ଥାଉକି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ନେଇ କିଛି ବଡ ନିଷ୍ପତ୍ତି ନେବାକୁ ଯାଆନ୍ତି ସେତେବେଳେ ସେ ଦେଶର ନାଗରିକ ମାନଙ୍କ ଠାରୁ ପରାମର୍ଶ ଲୋଡିଥାନ୍ତି। ଯଦି କେହି ମନ୍ କି ବାତରେ ନିଜର ପରାମର୍ଶ ଦେବାକୁ ଚାହାଁନ୍ତି ତେବେ ଆପଣ 1800-11-7800 ନମ୍ବରରେ ନିଜର ମତ ରଖିପାରିବେ ।