ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 16 ଏବଂ 17 ରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଦେଶରେ ବଢୁଥିବା କୋରୋନାକୁ ନେଇ ଦୁଇ ଦିନିଆ ଡିଜିଟାଲ ବୈଠକ ହେବାକୁ ଯାଉଛି।
ମଙ୍ଗଳବାର ଅପରାହ୍ନରେ 21 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିବେ। ଏଥିମଧ୍ୟରେ ପଞ୍ଜାବ, କେରଳ, ଗୋଆ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଉତ୍ତର-ପୂର୍ବର କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ରହିଛି । ବୁଧବାର ପ୍ରଧାନମନ୍ତ୍ରୀ 15 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବେ। ଏଥିମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟ, ବିହାର ଏବଂ ଉତ୍ତରପ୍ରଦେଶ ଅନ୍ତର୍ଭୁକ୍ତ ।