ନୂଆଦିଲ୍ଲୀ: 73 ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ର ନିର୍ମାଣ ପାଇଁ ସହାୟତା କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି । ତେବେ ନିଜ ସମ୍ବୋଧନରେ ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ କହିଛନ୍ତି ସେ । ସରକାରଙ୍କ ଏହି ପଦକ୍ଷେପ ଜମ୍ମୁ-କାଶ୍ମୀର ଏବଂ ଲଦାଖବାସୀଙ୍କୁ ଲାଭ ପହଞ୍ଚାଇବ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହା ସହିତ ସରକାର ଲୋକଙ୍କ ଆଶା, ଆକାଂଖ୍ୟାକୁ ପୂରଣ କରିବା ଦିଗରେ କାର୍ଯ୍ୟକରୁଛନ୍ତି ବୋଲି ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ସେ ।
କାଶ୍ମୀର ପାଇଁ ଲାଭବାନ ଧାରା 370 ଉଚ୍ଛେଦ: ରାଷ୍ଟ୍ରପତି - president ramnath kovind
ଜମ୍ମୁ-କାଶ୍ମୀର ଓ ଲଦାଖରେ ସରକାରଙ୍କ ପକ୍ଷରୁ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ଅଞ୍ଚଳବାସୀଙ୍କ ବିକାଶରେ ସହାଯ୍ୟ କରିବ । ସେମାନେ ବର୍ତ୍ତମାନ ଦେଶର ଅନ୍ୟ ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ଜାମ୍ମୁ-କାଶ୍ମୀର ଓ ଲଦାଖରେ ସରକାରଙ୍କ ପକ୍ଷରୁ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ଅଞ୍ଚଳବାସୀଙ୍କ ବିକାଶରେ ସହାଯ୍ୟ କରିବ । ସେମାନେ ବର୍ତ୍ତମାନ ଦେଶର ଅନ୍ୟ ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବେ । ସେମାନେ ମଧ୍ୟ ସମାନତାକୁ ଗୁରୁତ୍ବ ଦେଉଥିବା ଆଇନ ଏବଂ ବ୍ୟବସ୍ଥା ଗୁଡ଼ିକର ଲାଭ ଉଠାଇପାରିବେ । ଶିକ୍ଷା ଅଧିକାର ଆଇନ ଲାଗୁ ହେବାଦ୍ବାରା ସବୁ ପିଲାଙ୍କ ପାଇଁ ଶିକ୍ଷା ଲାଭ ସୁନିଶ୍ଚିତ ହୋଇପାରିବ । ସୂଚନା ଅଧିକାର ମିଳିବା ପରେ ସେଠାକାର ଲୋକେ ଜନହିତ ସମ୍ବଳିତ ତଥ୍ୟ ପାଇପାରିବେ । ପାରମ୍ପରିକ ରୂପରେ ବଞ୍ଚତ ଥିବା ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ । ଏହା ବ୍ୟତିତ ତିନି ତଲାକ୍ ଭଳି ପ୍ରଥାର ଅବସାନ ପରେ ଅଞ୍ଚଳର ସାଧାରଣ ମହିଳାଙ୍କୁ ନ୍ୟାୟ ମିଳିବ ଏବଂ ସେମାନେ ନିର୍ଭୟରେ ଜୀବନଯାପନ କରିବାର ସୁଯୋଗ ପାଇବେ ।
ସେ ଆହୁରି କହିଛନ୍ତି, 130 କୋଟି ଦେଶବାସୀ ନିଜ କୌଶଳ, ପ୍ରତିଭା ଏବଂ କାର୍ଯ୍ୟଦକ୍ଷତା ଜରିଆରେ ଦେଶର ବିକାଶରେ ସାହାଯ୍ୟ କରିପାରିବେ । ସରକାର ଲୋକଙ୍କ ଆଶା ଏବଂ ଆକାଂଖ୍ୟାକୁ ପୂରଣ କରିବାରେ ଲୋକଙ୍କୁ ସାହାଯ୍ୟ କରିବେ । ସେମାନଙ୍କୁ ସାଧାରଣ ସୁବିଧା ସୁଯୋଜ ଯୋଗାଇଦେବେ । ଏହି ଦିଗରେ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।