ଓଡିଶା

odisha

ETV Bharat / bharat

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ - 71ତମ ସାଧାରଣତନ୍ତ୍ର ଦିବସର

ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ଦେଶ ଓ ବିଦେଶରେ ରହୁଥିବା ଭାରତୀୟଙ୍କୁ ସେ 71ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

president-ram-nath-kovind
ରାଷ୍ଟ୍ରପତି ରାମନାଥ କୋବିନ୍ଦ

By

Published : Jan 25, 2020, 8:56 PM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବାଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ଦେଶ ଏବଂ ବିଦେଶରେ ଥିବା ଭାରତୀୟଙ୍କୁ ସେ 71ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଦେଶର ସମ୍ବିଧାନ ଆମ ସମସ୍ତଙ୍କୁ ଏକ ସ୍ବାଧୀନ ନାଗରିକ ଭାବରେ କିଛି ଅଧିକାର ପ୍ରଦାନ କରିଛି । ନ୍ୟାୟ, ସ୍ବାଧୀନତା ଏବଂ ସମାନତା ତଥା ଭାଇଚାରାର ମୂଳଭୂତ ଗଣତାନ୍ତ୍ରିତ ଆଦର୍ଶ ପ୍ରତି ପ୍ରତିବଦ୍ଧ ରହିବା ଆମର ଦାୟୀତ୍ବ । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ଶକ୍ତି । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ମୂଲ୍ୟବୋଧ, ବିବିଧତା ଓ ସମାନତାକୁ ରକ୍ଷା କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି ।

ମୋଦି ସରକାରଙ୍କ ଯୋଜନାର ପ୍ରସଂଶା କରି ରାଷ୍ଟ୍ରପତି କହିଛନ୍ତି, 'ଜନ କଲ୍ୟାଣ ପାଇଁ ସରକାର ଅନେକ ଅଭିଯାନ ଚଳାଇଛନ୍ତି । ଏହା ବିଶେଷ ଭାବେ ଉଲ୍ଲେଖନୀୟ ଯେ, ନାଗରିକ ସ୍ବଇଚ୍ଛାରେ ସେହି ଅଭିଯାନକୁ ଲୋକପ୍ରିୟ ଜନ-ଆନ୍ଦୋଳନର ରୂପ ଦେଲେ । ଜନତାଙ୍କ ସହଯୋଗ ଯୋଗୁଁ ସ୍ବଚ୍ଛ ଭାରତ ଅଭିଯାନ ସଫଳତା ହାସଲ କରିଛି । ଜନତାଙ୍କ ସହଯୋଗର ଏହି ଭାବନା ଅନ୍ୟ କ୍ଷେତ୍ରରେ ମଧ୍ୟ ପରିଦର୍ଶିତ ହେଉଛି । ସେ ରଷୋଇ ଗ୍ୟାସର ସବ୍‌ସିଡିକୁ ବାଦ ଦେବା ହେଉ ଅବା ଡିଜିଟାଲ ପେମେଣ୍ଟକୁ ପ୍ରତ୍ସାହନା ଦେବା ।'

ରାଷ୍ଟ୍ରପତି କୋବିନ୍ଦ ପୁଣି କହିଛନ୍ତି ଯେ, ମୋଦି ସରକାର ଦେଶର ପ୍ରତିଟି ଭାଗରେ ବିକାଶ ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଦେଶର ପାଇଁ ସୁଦୃଢ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ । ଏହା ସହିତ ସେ ଯୁବପୀଢିଙ୍କୁ ଆହ୍ବାନ କରି କହିଛନ୍ତି, କୌଣସି ଉଦ୍ଦେଶ୍ୟରେ ସଂଘର୍ଷ କରୁଥିବା ଯୁବପିଢିଙ୍କୁ ଗାନ୍ଧୀଜୀଙ୍କ ଅହିଂସାର ମନ୍ତ୍ରକୁ ସର୍ବଦା ମନେ ରଖିବା ଉଚିତ । ଏହା ହିଁ ମାନବତାର ଅମୁଲ୍ୟ ଉପହାର ।

ABOUT THE AUTHOR

...view details