ଓଡିଶା

odisha

By

Published : Nov 9, 2019, 6:01 AM IST

ETV Bharat / bharat

ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ବହୁତ ଭଲ: ଟ୍ରମ୍ପ

ଭାରତ-ଆମେରିକା ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ସହ ସମ୍ପର୍କ ବହୁତ ଭଲ ବୋଲି ପୁଣି ଦୋହରାଇଛନ୍ତି ଟ୍ରମ୍ପ । ଆମେରିକାରେ ଗଣମାଧ୍ୟମ ପ୍ରତିନିଧିକୁ ପ୍ରତିକ୍ରିୟା ଦେବା ବେଳେ ଏହା କହିଛନ୍ତି ସେ ।

ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ବହୁତ ଭଲ: ଟ୍ରମ୍ପ

ୱାଶିଂଟନ: ଦିନକୁ ଦିନ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ ହେବାରେ ଲାଗିଛି । ଆଉ ହ୍ବାଇଟ ହାଉସରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଏହାକୁ ପ୍ରମାଣିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଭାରତ ସହ ଆମ ସମ୍ପର୍କ ବହୁତ ଭଲ । ଉଭୟ ଦେଶ ମଧ୍ୟରେ ଅନେକ ଘଟଣା ଘଟୁଛି । ଆମେ ବିଭିନ୍ନ ଚୁକ୍ତି ଉପରେ କାମ ମଧ୍ୟ କରୁଛୁ ।

ସବୁଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ । ତେବେ ଗତ କିଛିଦିନ ଧରି ବାଣିଜ୍ୟ ବେପାରକୁ ନେଇ ଉଭୟ ଦେଶ ମଧ୍ୟରେ ସମସ୍ୟା ଲାଗି ରହିଛି । ଏହାକୁ ସମାଧାନ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି ।

ଅନ୍ୟପଟେ ହାଓଡି କାର୍ଯ୍ୟକ୍ରମରେ ଟ୍ରମ୍ପକୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ମୋଦି । ତେବେ ସେ ଭାରତ ଆସିବା ନେଇ ଏହି ଅବସରରେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details