ଓଡିଶା

odisha

ETV Bharat / bharat

କୋରୋନା ସଂକ୍ରମିତଙ୍କ ଚିକିତ୍ସା କରିବେ ଏମବିବିଏସ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ

ମେ 20 ସୁଦ୍ଧା କଲେଜକୁ ଫେରିବା ପାଇଁ ଏମବିବିଏସ ଇଣ୍ଟର୍ଣ୍ଣ କରୁଥିବା ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଡାକ୍ତରଖାନାରେ ପ୍ରାୟ 2 ହଜାର ଛାତ୍ରାଛାତ୍ରୀଙ୍କୁ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ....

covid hospitals
କୋରୋନା ସଂକ୍ରମିତଙ୍କ ଚିକିତ୍ସା କରିବେ ଏମବିବିଏସ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ

By

Published : May 9, 2020, 9:22 PM IST

ଲକ୍ଷ୍ନୌ: କୋରୋନା ସଂକ୍ରମିତଙ୍କ ଚିକିତ୍ସାରେ 2 ହଜାର ଛାତ୍ରାଛାତ୍ରୀଙ୍କୁ ଏମବିବିଏସ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମେଡିକାଲ୍ ଶିକ୍ଷା ବିଭାଗ 51ଟି ସରକାରୀ ଏବଂ ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସର ଶେଷ ପର୍ଯ୍ୟାୟରେ ଇଣ୍ଟର୍ନସିପରେ ପ୍ରବେଶ କରିଥିବା ଛାତ୍ରାଛାତ୍ରୀଙ୍କୁ 20ମେ ସୁଦ୍ଧା ସେମାନଙ୍କ କଲେଜକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି ।

ବାସ୍ତବରେ ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜଗୁଡ଼ିକର କୋଭିଡ-19 ଡାକ୍ତରଖାନାରେ 10 ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ଶଯ୍ୟା ପାଇଁ ବିଭାଗୀୟ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ୱାର୍ଡ ବଏ, ସ୍ବିପର ଯୋଗାଡ କାର୍ଯ୍ୟ ଜାରି ରହିଛି । ଏପରି ସ୍ଥିତିରେ ଏମବିବିଏସ ପାଠ୍ୟକ୍ରମର ଇଣ୍ଟର୍ନସିପ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ଡାକ୍ତର ରଜନୀଶ ଦୁବେ ବିଭିନ୍ନ ମେଡିକାଲ କଲେଜର ସଞ୍ଚାଳକଙ୍କୁ ନିଜ ନିଜ କଲେଜରେ ଥିବା ଏମବିବିଏସ୍ ପାଠ୍ୟକ୍ରମ ଅନ୍ତର୍ଗତ ଇଣ୍ଟର୍ନସିପ କରୁଥିବା ଛାତ୍ରଛାତ୍ରୀଙ୍କ ତାଲିକାକୁ ନିଜ ଜିଲ୍ଲାର ଡିଏମଙ୍କୁ ଖୁବଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details